www.samajalive.in
Friday, December 5, 2025
23.1 C
Bhubaneswar

ଶିମିଳିପାଳରେ ତାପମାତ୍ରା ୫ ଡିଗ୍ରୀ

ଶୁକୃଳି:ମୟୂରଭଞ୍ଜ ଜିଲାରେ ତଳମୁହାଁ ପାରଦ। ଲଗାତାର ତିନି ଦିନ ହେଲାଣି ଶିମିଳିପାଳ ଜାତୀୟ ଉଦ୍ୟାନରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ଥିବା ରେକର୍ଡ କରାଯାଇଥିଲା। ବନ ବିଭାଗର ସୂଚନା ଅନୁଯାୟୀ, ଆଜି ଶିମିଳପାଳରେ ତାପମାତ୍ରା ୫ ଡିଗ୍ରୀକୁ ଖସିଛି। ଫଳରେ ଶିମିଳିପାଳ ଏବଂ ପାଦ ଦେଶରେ ଥିବା ଗାଁଗୁଡ଼ିକରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି।

ଶିମିଳିପାଳ ଜାତୀୟ ଉଦ୍ୟାନ ଉପର ବାରାକାମୁଡ଼ା ଅଞ୍ଚଳରେ ଆଜି ତାପମାତ୍ରା ୫ ଡିଗ୍ରୀ ଥିବାବେଳେ ଚହଲାରେ ୮ ଡିଗ୍ରୀ ରହିଛି। ଓଡିଶାରେ ସର୍ବନିମ୍ନ ତାପମାତ୍ରା ଶିମିଳିପାଳରେ ରହିଛି। ଏଠାରେ ହସ୍ତୀ ଏବଂ ବ୍ୟାଘ୍ର ପ୍ରକଳ୍ପ ଥିବାରୁ ପାଣିପାଗ ବିଭାଗ ତାପମାତ୍ରା ରେକର୍ଡ କରିପାରେ ନାହିଁ। କେବଳ ବନ ବିଭାଗ ତାପମାତ୍ରା ରେକର୍ଡ କରି ସୂଚନା ଦେଇଥାଏ।

- Advertisement -

ଥଣ୍ଡା ପାଇଁ ଶିମିଳିପାଳକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସୁଛନ୍ତି। ତେବେ ହାଡ଼ଭଙ୍ଗା ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ଥଣ୍ଡା ସହିତ କୁହୁଡି ମଧ୍ୟ ଅନେକ ସମୟ ପର୍ଯ୍ୟନ୍ତ ରହୁଛି। ସକାଳୁ ସକାଳୁ ଘରୁ ବାହାରିବା କଷ୍ଟକର। ସନ୍ଧ୍ୟା ହେଲେ ବଜାର ଖାଁ ଖାଁ। ଅନ୍ୟ ପକ୍ଷରେ ଶିମିଳିପାଳ ଅଭୟାରଣ୍ୟର କୋର ବଫର ଅଞ୍ଚଳରେ ତିନି ଦିନ ହେଲା ହାଡ଼ଭଙ୍ଗା ଶୀତ ପଡୁଥିଲେ ବି ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ ବନ୍ଦ କରି ନାହାନ୍ତି।

Hot this week

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

Related Articles

Popular Categories