ଆବଶ୍ୟକ ସାମଗ୍ରୀ
ମିଠା ବୁନ୍ଦି – ୩ କପ
କେଶର – ଅଳ୍ପ
କ୍ଷୀର – ୪ କପ
ତେଜପତ୍ର – ୨ଟି
ଗୋଲାପ ଜଳ – ଅଳ୍ପ
ଗୁଜୁରାତି ଗୁଣ୍ଡ – ୧ଚାମଚ
ପିସ୍ତା ବାଦାମ – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ କ୍ଷୀର ଓ କେଶରକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ। ସେହି ପାତ୍ରରେ କେଶର ମିଶିଥିବା କ୍ଷୀରକୁ ପକାଇ ଫୁଟାନ୍ତୁ। କିଛି ସମୟ ଫୁଟିବା ପରେ ଏଥିରେ ଗୁଜୁରାତି ଗୁଣ୍ଡ, ତେଜପତ୍ର, ପିସ୍ତା ବାଦାମ ପକାନ୍ତୁ। କିଛି ସମୟ ପରେ ମିଠା ବୁନ୍ଦି ଓ ଗୋଲାପ ଜଳ ପକାଇ ଅଳ୍ପ ସମୟ ଫୁଟାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବୁନ୍ଦି ଖୀରି।
ବୁନ୍ଦି ଖୀରି
Popular Categories



