ଏମିତି ଏକ ମନ୍ଦିର.. ବିପଦ ଆସିଲେ ସଙ୍କେତ ଦିଏ ! ବଦଳିଯାଏ ପୋଖରୀ ପାଣିର ରଙ୍ଗ
ଜମ୍ମୁକାଶ୍ମୀର: ବିଶ୍ୱାସ.. ଅବିଶ୍ୱାସ.. ଅନ୍ଧବିଶ୍ୱାସ.. ମଣିଷର ଏହି ୩ ଭାବନାକୁ ନେଇ ତାର ସମ୍ପୂର୍ଣ୍ଣ ଜୀବନ କହିଲେ ବୋଧହୁଏ ଭୁଲ ହେବନାହିଁ । କାରଣ ଆମେ କହିବାକୁ ଯାଉଛୁ ଏମିତି ଏକ ମନ୍ଦିରର କଥା ଯିଏ ବିପଦ ଆସିଲେ ଲୋକଙ୍କୁ ସଙ୍କେତ ଦେଇଥାଏ । ମନ୍ଦିର ନିକଟରେ ଥିବା ପୋଖରୀ ପାଣିର ରଙ୍ଗ ବଦଳିଯାଇଥାଏ ।
ଭାରତରେ ଏମିତି ଅନେକ ମନ୍ଦିର ରହିଛି ଯେଉଁଠି ଭଗବାନଙ୍କ ଆଶୀର୍ବାଦ ସହ ତାଙ୍କ ଚମତ୍କରିତା ଦେଖିବାକୁ ମିଳିଥାଏ । ଏମିତି ଏକ ମନ୍ଦିର ହେଉଛି କ୍ଷୀର ଭବନୀଙ୍କ ପୀଠ। ଜମ୍ମୁକାଶ୍ମୀରର ଗାନ୍ଦରବଲ ଜିଲ୍ଲା ତୁଲମୂଲା ଗାଁରେ ରହିଛି ଏହି ଦେବୀ ମା’ଙ୍କ ପୀଠ । ପ୍ରାକୃତିକ ସୌଦର୍ଯ୍ୟ ଚମତ୍କାରିତା ଏବଂ ଧାର୍ମିକ ବିଶ୍ୱାସ ପାଇଁ ଏହାରେ ଭକ୍ତମାନେ ଏହି ମନ୍ଦିରକୁ ଆଗମନ କରିଥାନ୍ତି ।
ମନ୍ଦିରଟି ଏକ ପୋଖରୀ ଭିତରେ ରହିଛି । କୁହାଯାଏ ଯେତେବେଳେ କାଶ୍ମୀରରେ କୌଣସି ବିପଦ ଆସିବାକୁ ଥାଏ ମାତା କ୍ଷୀର ଭବାନୀ ଏହାର ସଙ୍କେତ ଦେଇଥାନ୍ତି । ଧୀରେ ଧୀରେ ମନ୍ଦିରରେ ଥିବା ପୁଷ୍କରିଣୀ ପାଣିର ରଙ୍ଗ ବଦଳିବା ଆରମ୍ଭ କରେ । ପାରମ୍ପରିକ ରୀତିରେ ବସନ୍ତ ଋତୁରେ ଏହି ଦେବୀଙ୍କ ଉପରେ କ୍ଷୀର ଲାଗି କରାଯାଇଥାଏ। ତେଣୁ ଦେବୀଙ୍କୁ କ୍ଷୀର ଭବାନୀ ବୋଲି କୁହାଯାଏ ।
ମା’ କ୍ଷୀର୍ ଭବନୀଙ୍କ ଆଉ ଏକ ନାଁ ମଧ୍ୟ ରହିଛି ମା’ଙ୍କୁ ମହାରଜ୍ଞା ଦେବୀ ବୋଲି ମଧ୍ୟ ଭକ୍ତ ମାନେ ପୂଜା କରିଥାନ୍ତି । ବିଶ୍ୱାସ ଅନୁସାରେ ଖାଲି ସାଧାରଣ ଲୋକ ନୁହଁନ୍ତି । ଏଠାକୁ ବହୁ ବଡ଼ ବଡ଼ ରାଜନେତା ମଧ୍ୟ ଆସିଥାନ୍ତି । ମାହାରାଜା ପ୍ରତାପ ସିଂ ଓ ମହାରାଜା ହରି ସିଂ ଏହି ମନ୍ଦିର ନିର୍ମାଣ କରିଥିଲେ ।
Comments are closed.