ଖଟିଆରେ ବୁହା ହେଲେ ରୋଗୀ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ କେନ୍ଦୁପାଟି ପଞ୍ଚାୟତର ଡୁମେରଜୋର ଗ୍ରାମର ବାଗପଡାରେ ଶୁକ୍ରବାର ଜଣେ ଗୁରୁତର ରୋଗୀଙ୍କୁ ଖଟିଆରେ ଦୀର୍ଘ ୨ କିଲୋମିଟର ପର୍ଯ୍ୟନ୍ତ ବୋହି ଏକ ବୋଲେରୋ ଯୋଗେ ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ସୂଚନା ମିଳିଛି।

prayash

ସୂଚନା ଅନୁସାରେ, ଡୁମେରେଯାର ଗ୍ରାମରୁ ବାଗପଡା ୨ କିଲୋମିଟର ଦୂରତାରେ ରହିଥିବା ବେଳେ ଏହି ଗ୍ରାମକୁ ରାସ୍ତା ନାହିଁ। ଫଳରେ ଲୋକେ ବର୍ଷସାରା ହିଡମାଟି ରାସ୍ତାରେ ଯାତାୟତ କରୁଥିବା ବେଳେ ବର୍ଷା ଦିନେ ସେମାନଙ୍କର ସମସ୍ୟା ଦ୍ୱିଗୁଣିତ ହୋଇଯାଇଥାଏ। ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଏହି ଗ୍ରାମର ହିଡମାଟି ରାସ୍ତା ବିପର୍ଯ୍ୟସ୍ତ ଓ କାଦୁଅ ହୋଇ ପଡିଥିବା ବେଳେ ଗାଁକୁ କୌଣସି ବାଇକ୍‍ କିମ୍ବା ୪ ଚକିଆ ଯାନ ଯାଇପାରିବ ନାହିଁ। ଏପରିସ୍ଥିତିରେ ଗ୍ରାମର ଲୋକେ ରୋଗରେ ଆକ୍ରାନ୍ତ ହେଲେ ସେମାନଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଯାଏ। ଶୁକ୍ରବାର ଗ୍ରାମର ଗୁରୁତର ରୋଗୀ ଘନେଶ୍ୱର ମାଝୀ(୩୫) ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ସର୍ଯ୍ୟାସାୟୀ ଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଏକ ଖଟିଆରେ ଦୀର୍ଘ ୨ କିଲୋମିଟର ପର୍ଯ୍ୟନ୍ତ ବୋହି ଡୁମେରେଯାର ଗ୍ରାମ ଠାରୁ ଏକ ବୋଲେରୋରେ ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ଏପରିସ୍ଥିତିରେ ଗ୍ରାମକୁ ଏକ ଉତ୍ତମ ରାସ୍ତା ଜରୁରୀ ହୋଇପଡିଛି। ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଗ୍ରାମକୁ ଏକ ରାସ୍ତା ନିର୍ମାଣ କରିବାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।

kalyan agarbati

Comments are closed.