www.samajalive.in
Monday, December 8, 2025
14.1 C
Bhubaneswar

ଖଜୁରିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୩ ଦିନ ପାଇଁ ବନ୍ଦ

ଫୁଲବାଣୀ: କନ୍ଧମାଳ ଜିଲାରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରେ ଦିନରେ ଦିନ ଆଗଧାଡ଼ିର ଯୋଦ୍ଧାମାନେ ମଧ୍ୟ ସଂକ୍ରମିତ ହେଉଥିବା ଦେଖାଯାଇଛି। ଏଭଳି ସ୍ଥଳେ ଖଜୁରିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ପ୍ରବେଶ କରିଛି କରୋନା। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଡ଼ାକ୍ତର କରୋନା ସଂକ୍ରମିିତ ଚିହ୍ନଟ ପରେ ସଂପୂର୍ଣ୍ଣଭାବେ ଡ଼ାକ୍ତରଖାନା ପରିସରକୁ ସାନିଟାଇଜ କରିବା ସହିତ ତିନିଦିନ ପାଇଁ ଡ଼ାକ୍ତରଖାନାକୁ ବନ୍ଦ ଘୋଷଣା କରାଯାଇଛି। ଖଜୁରିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଅନେକ ଅଞ୍ଚଳର ବିିଭିନ୍ନ ପ୍ରକରେ ରୋଗୀ ସଂପୂର୍ଣ୍ଣଭାବେ ନିର୍ଭର କରୁଥିବା ବେଳେ ଏଠାରେ ଥିବା ଡ଼ାକ୍ତରମାନେ ମଧ୍ୟ ଦିନରାତି ରୋଗୀଙ୍କ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେଉଛନ୍ତି। ଅନେକ ରୋଗୀ ମଧ୍ୟ ମେଡ଼ିକାଲ୍ ସମୟ ବାହାରେ ଆସୁଥିବା ବେଳେ ସିଧା ଡ଼ାକ୍ତରମାନଙ୍କ ବାସଭବନରେ ପହଞ୍ଚି ଚିକିତ୍ସା ପାଇଁ ଅନୁରୋଧ କରୁଛନ୍ତି, ଡ଼ାକ୍ତରମାନେ ମଧ୍ୟ କଥା କାଟି ନପାରି ଚିକିତ୍ସା କରୁଛନ୍ତି।

ତେବେ ଏଭଳି ସମୟରେ ଜଣେ ଡ଼ାକ୍ତର ପଜିଟିଭ୍ ଚିହ୍ନଟ ହୋଇଥିଲେ ମଧ୍ୟ ଅନ୍ୟ ଡ଼ାକ୍ତର ଓ କର୍ମଚାରୀମାନେ ସଂପୂର୍ଣ୍ଣଭାବେ ସୁରକ୍ଷିତ ଥିବା ପ୍ରକାଶ। ତେବେ ଆଜି ପଜିଟିଭ୍ ଚିହ୍ନଟପରେ ୩ ଦିନ ପାଇଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ବନ୍ଦ ଘୋଷଣା କରାଯାଇଥିବା ମେଡ଼ିକାଲ୍ ଇନଚାର୍ଜ ଡ଼ାକ୍ତର ନିମାଇଁ ଚରଣ ବିଶି ସୂଚନା ଦେଇଛନ୍ତି। ତେବେ ଏଥିରେ ସାଧାରଣ ଜନତା କୌଣସି ପ୍ରକର ଭୟଭିତ ହେବାର ଆବଶ୍ୟକ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories