ବୋମା ଫୁଟି ଛେଳିଚରାଳି ଗୁରୁତର, କଟକ ସ୍ଥାନାନ୍ତର

କେଶଦୁରାପାଳ : ଶିକାରୀ ଫାଶରେ ଜଣେ ଛେଳି ଚରାଳି ପଡି ଯିବାରୁ ବୋମା ଫୁଟି ଗୁରୁତର ହୋଇଥିବା ବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୂଚନାରୁ ପ୍ରକାଶ ଆନନ୍ଦପୁର ଥାନା ଅନ୍ତର୍ଗତ ବାଇଁଶ ଗଡ଼ ଗ୍ରାମର ନାଳୁ ନାଇକଙ୍କ ପୁଅ ଉଦୟ ନାଇକ (୫୪) ଗୁରୁବାର ଅପରାହ୍ନରେ ଛେଳି ଚରାଇବା ପାଇଁ ନିକଟ ଜଙ୍ଗଲକୁ ଯାଇଥିବା ବେଳେ ପୂର୍ବରୁ ବାରାହା ଶିକାର କରିବା ପାଇଁ କିଛି ଶିକାରୀ ଫାଶ ବସାଇବା ସହ ମାଟି ତଳେ ବୋମା ପୋତିଥିଲେ ।

prayash

ଏହି ରାସ୍ତା ଦେଇ ଉଦୟ ନାଇକ (୫୪) ଛେଳି ଚରାଇବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ହାଠାତ ମାଟି ତଳେ ଥିବା ବୋମା ଉପରେ ଗୋଡ଼ ପଡିଯାଇଥିଲା ଏବଂ ବୋମାଟି ଫୁଟି ଯାଇଥିଲା। ଫଳରେ ସେ ଗୁରୁତର ହୋଇଯାଇଥିଲା। ଗୁରୁତର ଭାବେ ଆହାତ ହୋଇଥିବା ଉଦୟକୁ ପରିବାର ଲୋକେ  ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

kalyan agarbati

Comments are closed.