www.samajalive.in
Monday, December 15, 2025
24.1 C
Bhubaneswar

କେରଳରେ ୨୦ ହଜାର ଉପରେ ଦୈନିକ ସଂକ୍ରମଣ

ତିରୁଅନନ୍ତପୁର: କେରଳରେ କରୋନା ସଂକ୍ରମଣ ସ୍ଥିତି ସମଗ୍ର ଦେଶ ପାଇଁ ଚିନ୍ତା ବଢାଇ ଦେଇଛି। କ୍ରମାଗତ ଚତୁର୍ଥ ଦିନ ପାଇଁ ରାଜ୍ୟରେ ସଂକ୍ରମଣ ୨୦ ହଜାର ଉପରେ ରହିଛି। ଶୁକ୍ରବାର ଦିନ ରାଜ୍ୟରେ ୨୦,୭୭୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ସଂକ୍ରମଣ ହାର ୧୩.୬୧%କୁ ବୃଦ୍ଧି ପାଇଛି। ଦିନକ ମଧ୍ୟରେ ରାଜ୍ୟରେ ୧୧୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ୧୬,୭୦୧କୁ ବୃଦ୍ଧିପାଇଛି।

କେରଳ ସରକାରଙ୍କ ସୂତ୍ରରୁ ଜଣାଯାଇଛି ଯେ ଦିନକ ମଧ୍ୟରେ ୧୪,୬୫୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ସଂପ୍ରତି ୧,୬୦,୮୧୪ ଜଣ ସକ୍ରିୟ କରୋନା ରୋଗୀ ରହିଥିବା ଜଣାଯାଇଛି। କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୫୨,୬୩୯ ନମୁନା ପରୀକ୍ଷା କରାଯାଇଥିଲା ଏବଂ ସେଥିରୁ ୧୩.୬୧ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ମଧ୍ୟରେ ମାଲାପ୍ପୁରମ (୩୬୭୦), ଏର୍ଣ୍ଣାକୁଲମ (୨୩୦୬), ତ୍ରିସୁର (୨୨୮୭), ପାଲାକାଡ (୨୦୭୦), କୋଲ୍ଲମ (୧୪୧୫), ଆଲପୁଝା (୧୨୧୪), କାନ୍ନୁର (୧୧୨୩), ତିରୁଅନନ୍ତପୁରମ (୧୦୮୨) ଏବଂ କୋଟାୟାମ (୧୦୩୦) ଆଦି ରହିଛି। ଶୁକ୍ରବାର ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ୮୧ ଜଣ ସ୍ୱାସ୍ଥ୍ୟସେବା କର୍ମଚାରୀ, ଅନ୍ୟ ସ୍ଥାନରୁ ଆସିଥିବା ୧୩୭ ଜଣ ରହିଛନ୍ତି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories