ରାଜ୍ୟସଭା ଆସନକୁ ନେଇ କେରଳ କଂଗ୍ରେସରେ ବିଭାଜନ

0

ନୂଆଦିଲ୍ଲୀ : ରାଜ୍ୟସଭା ଆସନକୁ ନେଇ କେରଳ କଂଗ୍ରେସରେ ବିଭାଜନ ଦେଖାଯାଇଛି। ରାଜ୍ୟର ଏକମାତ୍ର ରାଜ୍ୟସଭା ଆସନକୁ ଦଳ କେରଳ କଂଗ୍ରେସ (ମଣି)କୁ ଛାଡିଦେଇଛି। କେରଳ କଂଗ୍ରେସ ହେଉଛି କଂଗ୍ରେସର ଏକ ପୁରୁଣା ସହଯୋଗୀ ଦଳ। ଦୁର୍ନୀତି ଅଭିଯୋଗକୁ ନେଇ ଦୁଇ ବର୍ଷ ତଳେ ଏହା କଂଗ୍ରେସ ନେତୃତ୍ୱ ମେଣ୍ଟରୁ ଓହରି ଯାଇଥିଲା। ଏବେ ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ମେଣ୍ଟ କରିବାକୁ ଯୋଜନା କରିଛି। ରାଜ୍ୟସଭା ଆସନଟି କେରଳ କଂଗ୍ରେସକୁ ଛାଡିବା ଦ୍ୱାରା କଂଗ୍ରେସ ନେତା ପିଜେ କୁରିଏନ ପୁନର୍ବାର ନିର୍ବାଚିତ ହେବା ଅସମ୍ଭବ ହୋଇପଡିଛି। ଏହି ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ସଭାପତି ରମେଶ ଛେନିତାଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡିି ଓ ଅନ୍ୟମାନେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଶୁକ୍ରବାର ସାକ୍ଷାତ କରିଛନ୍ତି। ଦଳର ବରିଷ୍ଠ ନେତାମାନେ କୁରିଏନଙ୍କୁ ପୁନର୍ବାର ରାଜ୍ୟସଭାକୁ ପଠାଇବା ଲାଗି ଦାବି କରିଥିବାବେଳେ କଂଗ୍ରେସର ଯୁବ ବିଧାୟକମାନେ ଏହାକୁ ବିରୋଧ କରିଛନ୍ତି। ଜଣେ ବିଧାୟକ ତାଙ୍କ ଫେସବୁକ୍‍ରେ ପୋଷ୍ଟ କରିଛନ୍ତି ଯେ କଂଗ୍ରେସ ରାଜ୍ୟସଭାକୁ ଜରାନିବାସ (ଓଲଡ ଏଜ୍‍ ହୋମ୍‍) ବୋଲି ବିବେଚନା କରିବା ଉଚିତ।

Leave A Reply