www.samajalive.in
Tuesday, December 9, 2025
16.1 C
Bhubaneswar

ଆମେରିକା ଡ୍ରୋନ୍‌ ମାଡ଼ରେ ଆଇଏସ୍‌ରେ ଯୋଗ ଦେଇଥିବା କେରଳୀ ଯୁବକର ମୃତ୍ୟୁ

ତିରୁଭାନନ୍ତପୁରମ୍‌: ଆଇଏସ୍‌ଆଇଏସ୍‌ରେ ଯୋଗଦେଇଥିବା କେରଳର ଜଣେ ଯୁବକ ଆଫଗାନିସ୍ତାନରେ ଆମେରିକା ଡ୍ରୋନ୍‌ ମାଡ଼ରେ ନିହତ ହୋଇଛି। ସମ୍ପୃକ୍ତ ଯୁବକର ନାଁ ମହମ୍ମଦ ମହସିନ୍‌ ଓ ୨୮ତାରିଖରେ ତାର ମୃତ୍ୟୁ ହୋଇଥିବା ପ୍ରକାଶ। ତାର ମୃତ୍ୟୁ ସମ୍ପର୍କରେ ଅଜ୍ଞାତ ସୂତ୍ରରୁ ହ୍ବାଟ୍ସଆପ୍‌ ମାଧ୍ୟମରେ ପରିବାରକୁ ଅବଗତ କରାଯାଇଛି। ମହସିନ୍‌ର ଭାଇ ଫୋନ୍‌ରେ ଆସିଥିବା ବାର୍ତ୍ତାରେ ଆଲ୍ଲା ତାର ଇଚ୍ଛା ପୂରଣ କରିଛନ୍ତି ଓ ସେ ସହିଦ ହୋଇଛି ବୋଲି ଲେଖାଯାଇଛି। ମାଲାପୁରମ୍‌ ଅନ୍ତର୍ଗତ ଇଡାପାଲ୍‌ ସହରର ବାସିନ୍ଦା ମହସିନ୍‌ ୨୦୧୭ ଅକ୍ଟୋବରରେ ଆଇଏସ୍‌ରେ ଯୋଗ ଦେଇଥିଲା। ସେ ଆଫଗାନିସ୍ତାନରେ ହୁଜାଇଫା-ଅଲ-ବାକିସ୍ତାନୀ ସହିତ କାର୍ଯ୍ୟ କରୁଥିଲା। ଏହା ପୂର୍ବରୁ ସେ ପାକିସ୍ତାନରେ ଆତଙ୍କବାଦୀ ତାଲିମ ନେଇଥିଲା। ବାକିସ୍ତାନୀ ବହୁ ଭାରତୀୟ ଯୁବକଙ୍କୁ ଆତଙ୍କବାଦୀ ତାଲିମ ଦେଇଥିବା ପ୍ରକାଶ। କେରଳରୁ; ବିଶେଷ କରି କନ୍ନୁର ଅଞ୍ଚଳରୁ ସର୍ବାଧିକ ଯୁବକଯୁବତୀ ଆଇଏସ୍‌ରେ ସାମିଲ ହେଉଛନ୍ତି। ଅଦ୍ୟାବଧି ସେମାନଙ୍କ ସଂଖ୍ୟା ୧୦୦ରୁ ଅଧିକ ହୋଇଥିଲାବେଳେ କେବଳ କନ୍ନୁର ଅଞ୍ଚଳରୁ ୮ ଯୁବତୀଙ୍କ ସହ ୪୦ଜଣ ଆଇଏସ୍‌ରେ ସାମିଲ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ। ସେମାନଙ୍କ ମଧ୍ୟରୁ ୩୮ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories