www.samajalive.in
Sunday, December 7, 2025
14.1 C
Bhubaneswar

୪ ରାଜ୍ୟରେ ଜଳପ୍ରଳୟ: ମୃତ୍ୟୁସଂଖ୍ୟା ୯୩କୁ ବୃଦ୍ଧି

ୱାୟନାଡ/ବେଙ୍ଗାଲୁରୁ/କୋହ୍ଲାପୁର : ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ କେରଳରେ ବର୍ଷା ଓ ବନ୍ୟା ବିତ୍ପାତ ଜାରି ରହିଛି। ଗତ ୭୨ ଘଣ୍ଟା ମଧ୍ୟରେ ଏହି ୩ ରାଜ୍ୟରେ ୯୩ ଜଣଙ୍କ ମୃତ୍ୟୁ ଘଟିଛି। ବନ୍ୟା ପ୍ରଭାବିତ ୪ ରାଜ୍ୟର ୧୬ ଜିଲାରେ ୧୨୩ ଉଦ୍ଧାରକାରୀ ଦଳ ଫସି ରହିଥିବା ଲୋକଙ୍କୁ ସହାୟତା ପ୍ରଦାନ କରୁଛନ୍ତି। ବନ୍ୟା ଯୋଗୁଁ ଏହି ୪ ରାଜ୍ୟର ଲକ୍ଷାଧିକ ଲୋକ ବିସ୍ଥାପିତ ହୋଇଛନ୍ତି।

କେରଳରେ ବର୍ଷା, ଭୂସ୍ଖଳନ ଏବଂ ବନ୍ୟାରେ ଶୁକ୍ରବାର ୨୭ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଶନିବାର ଆଉ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଗତ ୭୨ ଘଣ୍ଟା ମଧ୍ୟରେ ୪୨ ଜଣଙ୍କ ମୃତ୍ୟୁ ଘଟିଛି। ୱାୟନାଡ ଏବଂ ମଲ୍ଲପୁରମରେ ଭୂସ୍ଖଳନ ଘଟି ୪୦ରୁ ଊର୍ଦ୍ଧ୍ବ ଲୋକ ଫସି ରହିଛନ୍ତି। ଖରାପ ପାଣିପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମାଟି ତଳେ ଅନେକ ଲୋକ ଫସି ରହିଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ପାଇଁ ସେନା ଏବଂ ଏନଡିଆରଏଫର ସହଯୋଗ ନିଆଯାଉଛି। ତାମିଲନାଡୁରେ ପ୍ରବଳ ବର୍ଷା ଜନିତ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଭାରତୀୟ ନୌସେନା ଏବଂ ବାୟୁ ସେନା ଯବାନ ବନ୍ୟାପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଉଛନ୍ତି। କେରଳରେ ମୂଷଳଧାରାରେ ବର୍ଷା ଲାଗି ରହିଥିବାବେଳେ ପ୍ରବଳ ବେଗରେ ପବନ ବହୁଛି। ଏର୍ଣ୍ଣାକୁଲମ, କୋଚିରେ ସ୍କୁଲ, କଲେଜ ବନ୍ଦ ରହିଥିବାବେଳେ ସାଧାରଣ ପରିବହନ ବ୍ୟବସ୍ଥା ବ୍ୟାହତ ହୋଇଛି। କେରଳରେ ବନ୍ୟା ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ୨୪ଟି ଉଦ୍ଧାରକାରୀ ଦଳ ଏବଂ ୮ଟି ଇଂଜିନିୟର ଟାକ୍ସ ଫୋର୍ସ କାର୍ଯ୍ୟ କରୁଛନ୍ତି।

- Advertisement -

କର୍ଣ୍ଣାଟକର ବଗଲକୋଟ, ରାୟଚୁର, ବେଲଗାମ ଏବଂ କଲବୁର୍ଗି ଜିଲାରେ ବନ୍ୟା ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ୩୩ଟି ଉଦ୍ଧାରକାରୀ ଦଳ କାର୍ଯ୍ୟ କରୁଛନ୍ତି। କର୍ଣ୍ଣାଟକର ଉପକୂଳ ଏବଂ ମଲନାଡର ୬ ଜିଲାରେ ପ୍ରବଳ ବର୍ଷା ନେଇ ରେର୍ଡ ଆଲର୍ଟ ଜାରି ରହିଛି। କର୍ଣ୍ଣାଟକରେ ବର୍ଷା ଓ ବନ୍ୟାରେ ଶୁକ୍ରବାର ୯ ଜଣଙ୍କ ମୃତ୍ୟୁ ଘଟିଥିଲା। କର୍ଣ୍ଣାଟକରେ ଶୁକ୍ରବାର ୧୬,୮୭୫ ଲୋକ ଏବଂ ୩,୦୧୦ ପଶୁଙ୍କୁ ଉଦ୍ଧାର କରାଯାଇ ୨୭୨ଟି ରିଲିଫ କେନ୍ଦ୍ରରେ ରଖାଯାଇଥିଲା ଓ ଶନିବାର ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ତାମିଲନାଡୁର କେତେକ ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। କୋୟମ୍ବାଟୁରରେ ବର୍ଷା ଜନିତ ଦୁର୍ଘଟଣାରେ ଶୁକ୍ରବାର ୨ ଜଣଙ୍କ ମୃତ୍ୟୁ ଘଟଥିଲାବେଳେ ଶନିବାର ୫ ଜଣଙ୍କ ମୃତ୍ୟୁ ଘଟିଛି। ନୀଳଗିରି, ଥେନି, ତିରୁନେଲଭେଲି ଏବଂ କନ୍ୟାକୁମାରୀରେ ବନ୍ୟା ସୃଷ୍ଟି ହୋଇଛି।

ମହାରାଷ୍ଟ୍ରରେ ବର୍ଷା ଓ ବନ୍ୟା ଜନିତ ଦୁର୍ଘଟଣାରେ ଶୁକ୍ରବାର ୨୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶନିବାର ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ୨୪ ଘଣ୍ଟା ମଧ୍ୟରେ ୨୯ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ବିଭିନ୍ନ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ମୁମ୍ବଇର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇ ରହିଛି। ଶୁକ୍ରବାର ସାଂଗଲୀ, କୋହ୍ଲାପୁର, ସୋଲାପୁର, ପୁନେ ଏବଂ ସତାରାରେ ଫସି ରହିଥିବା ୨,୦୫,୫୯୧ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ମୁମ୍ବଇର କୋହ୍ଲାପୁର ଦେଇ ବେଙ୍ଗାଲୁରୁକୁ ସଂଯୋଗ କରୁଥିବା ରାସ୍ତା ଶନିବାର ୪ର୍ଥ ଦିନ ମଧ୍ୟ ବନ୍ଦ ରହିଛି। ଏହାଦ୍ୱାରା ଖେଡ ଶିବାପୁର, ସତାରା ଏବଂ କରାଡ଼ ଯାଉଥିବା ୩୦ ହଜାରରୁ ଊର୍ଦ୍ଧ୍ବ ଭାରୀଯାନ ରାସ୍ତାରେ ଅଟକି ରହିଛନ୍ତି। ମହାରାଷ୍ଟ୍ର, ଗୋଆ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories