କେରଳ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

0

ଦୁବାଇ : କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ଦୁବାଇସ୍ଥିତ ଜଣେ ଭାରତୀୟ ହତ୍ୟା ଧମକ ଦେଇଛନ୍ତି। ହତ୍ୟା ଧମକ ଦେଇଥିବା ଭାରତୀୟ ଜଣଙ୍କ ହେଲେ କୃଷ୍ଣକୁମାର ଏସଏନ୍‍ ନାୟାର। ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଜଣେ ସମର୍ଥକ। ସେ ତାଙ୍କ ଫେସବୁକରେ ଏକ ଭିଡିଓ ମାଧ୍ୟମରେ ଏହି ଧମକ ଦେଇଛନ୍ତି। ନାୟାର କହିଛନ୍ତି ଯେ ସେ ଖୁବଶୀଘ୍ର କେରଳ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବେ। ଗୁରୁବାର ଖିଲଜି ଟାଇମ୍ସର ରିପୋର୍ଟ ଅନୁଯାୟୀ ନାୟାର କହିଛନ୍ତି ‘ମୁଁ ଆରଏସଏସର ଜଣେ ପୂର୍ବତନ କର୍ମୀ। ମୁଁ ପୁଣି ଥରେ କେରଳ ଫେରି ସଂଘର ସକ୍ରିୟ କାର୍ଯ୍ୟରେ ଯୋଗଦେବି। ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ପାଇଁ ମୁଁ ଦୁଇ ତିନି ଦିନ ମଧ୍ୟରେ କେରଳରେ ପହଞ୍ଚିବି।’ ନାୟାର ଦୁବାଇସ୍ଥିତ ଏକ ନିର୍ମାଣ କମ୍ପାନୀରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଛନ୍ତି।

Leave A Reply