ପାଟଣା ବ୍ଲକରେ ନୂତନ ବିଡିଓଙ୍କ ଯୋଗଦାନ

0

ପାଟଣା : ଦୀର୍ଘ ୭ମାସ ଧରି କେନ୍ଦୁଝର ଜିଲା ପାଟଣା ବ୍ଲକରେ ବିଡିଓ ପଦବୀ ଖାଲି ପଡିବା ପରେ ବୁଧବାର ନୂଆ ବିଡିଓ ଭାବେ ଇଶ୍ବର ଚନ୍ଦ୍ର ନାଏକ କାର୍ୟ୍ୟରେ ଯୋଗଦେଇଛନ୍ତି । ସେ ଏହା ପୂର୍ବରୁ ରରୁଆଁ ବିଡିଓ ଭାବେ କାର୍ୟ୍ୟରତ ଥିଲେ । ଜଣେ ଦକ୍ଷ ନିଷ୍ଠାପର ଯୁବ କର୍ମଚାରୀ ଭାବେ ଇଶ୍ବର ଚନ୍ଦ୍ର ନାଏକଙ୍କୁ ବୁଧବାର ପାଟଣା ବ୍ଲକରେ ଅଧିକାରୀ ଓ କର୍ମଚାରୀମାନେ ଭବ୍ୟ ସ୍ଵାଗତ କରିଛନ୍ତି । ସରକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପୁରୁଷୋତ୍ତମ ସାହୁଙ୍କ ସହ ସମସ୍ତ କନିଷ୍ଠ ଯନ୍ତ୍ରୀ ଆକାଉଣ୍ଟ୍ ଅଫିସର ଧନେଶ୍ଵର ନାୟକ, ଜିପିଓ ରଶ୍ମିରେଖା ମହାନ୍ତି, ପ୍ରଗତି ସହାୟକ ନିତ୍ୟାନନ୍ଦ ଦାସ, ବିପିଏମ ମନୋରଞ୍ଜନ ମହାନ୍ତ , ଏପିଓ ଦୀପକ କୁମାର ବେହେରା, ଏମ୍ଆଇ ବିଦ୍ୟୁତ ଲତା ନାୟକ ପ୍ରମୁଖ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ନୂତନ ବିଡିଓ ଇଶ୍ବର ଚନ୍ଦ୍ର ନାଏକଙ୍କୁ ପୁଷ୍ପଗୁଚ୍ଛ ଦେଇ ବ୍ଲକରେ ସ୍ଵାଗତ ଜଣାଇଛନ୍ତି ।

Leave A Reply