ସ୍ୱେଛାକୃତ ରକ୍ତଦାନ ଶିବିର, ୭୪ୟୁନିଟ୍ ରକ୍ତ ସଂଗ୍ରହ
କେନ୍ଦୁଝରଗଡ଼: ବାମେବାରୀ ଥାନା ଅଧିନ ଦୁବୁନାସ୍ଥିତ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ବେନିଫିକେସନ କାରଖାନା ପରିସରରେ ଭାରତୀୟ ରେଡକ୍ରସ ସଂସ୍ଥା ସହଯୋଗରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହାଇ ୭୪ୟୁନିଟ ରକ୍ତ ସଂଗୃହୀତ କରାଯାଇ ମାନବସେବା ନିମନ୍ତେ ଜିଲା ରକ୍ତଭଣ୍ଡାରକୁ ପଠାଇ ଦିଆଯାଇଛି। କାରଖାନାର ଲଜିଷ୍ଟିକ୍ ମୁଖ୍ୟ ଆର.କେ.ଶର୍ମା ଓ ଜିଲା ରେଡ଼କ୍ରସ ଯୁଗ୍ମ ସମ୍ପାଦକ ଏ.ଆର. ଖାନ ମିଳିତ ଭାବେ ଏହି ଶିବିରକୁ ଉଦ୍ଘାଟନ କରିଥିଲେ।
କାରଖାନାର ମାନବସମ୍ବଳ ମୁଖ୍ୟ ଭଞ୍ଜ ଖଟୁଆ, ଲଜିଷ୍ଟିକ ମ୍ୟାନେଜର ସୁଜିତ ମହାନ୍ତି, ମ୍ୟାନେଜର ପ୍ରଶାସନ ଅଭିରାମ ମହାନ୍ତି, ଏଚଓଡି ମେକାନିକାଲ ଜୟନ୍ତ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା। ଜିଲା ରକ୍ତ କେନ୍ଦ୍ର ଜନସମ୍ପର୍କ ଅଧିକାରୀ ଅକ୍ଷୟ କୁମାର ସାହୁ, ସହାୟକ ଗୌରୀଶଙ୍କର ମଲ୍ଲିକ, ସିଦ୍ଧାର୍ଥ ମହନ୍ତ, ସତ୍ୟବ୍ରତ ମହୁରୀ, ଦେବାଶିଷ ମହନ୍ତ, ଉପେନ୍ଦ୍ର ସାହୁ, ବସନ୍ତ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। କାରଖାନାର ବିଭିନ୍ନ ବିଭାଗର କର୍ମଚାରୀ ସୁଜିତ ମହାନ୍ତି, ମନୋଜ ମହାକୁଡ଼, ସହଦେବ ପରିଡା, ମନୋଜ ସାହୁ, ଜୟନ୍ତ ସେଠୀ, ମିହିର ଦାସ,ବିପିନ ପଲେଇ, ଭୁବନେଶ୍ୱର ମହାକୁଡ଼, ଧର୍ମେନ୍ଦ୍ର ଦାସ, ଅଶ୍ୱିନୀ ମହାପାତ୍ର ପ୍ରମୁଖ ସ୍ୱେଚାକୃତ ଭାବେ ରକ୍ତଦାନ କରିଥିଲେ।
Comments are closed.