ହତ୍ୟାକାରୀକୁ ଆଜୀବନ ଜେଲ

କେନ୍ଦୁଝରଗଡ଼ : ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଜନୈକ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ଅତିରିକ୍ତ ଜିଲା ଓ ଦୌରାଜଜ୍‍ କେନ୍ଦୁଝର ଶୁକ୍ରବାର ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ନୟାକୋଟ ଥାନା ଅଧିନ କଲଣ୍ଡା (ଖ) ଗ୍ରାମର ରଇବାରୀ ଦେହୁରୀ ନିକଟସ୍ଥ ନଦୀ କୂଳରେ ଥିବା ଜମିରେ ପରିବା ଚାଷକୁ ଜଗିଥିଲେ।

prayash

ଏହି ସମୟରେ ଶ୍ରୀକାନ୍ତ ଦେହୁରୀଙ୍କ ଛେଳି ପରିବା ଚାଷ ଖାଇବାରୁ ରଇବାରୀ ଛେଳିପଲକୁ ଘଉଡାଇ ଦେବା ଘଟଣାକୁ କେନ୍ଦ୍ର କରି ଶ୍ରୀକାନ୍ତ ରଇବାରୀକୁ ଏକ ଲାଠି ସାହାର୍ଯ୍ୟରେ ପିଟି ପିଟି ଜୀବନରୁ ମାରି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ଶ୍ରୀକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଏହି ଘଟଣାରେ ମୋଟ ୧୭ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅତିରିକ୍ତ ଜିଲା ଓ ଦୌରାଜଜ୍‍ କେନ୍ଦୁଝର ମମିତା ଦାସ ଅଭିଯୁକ୍ତ ଶ୍ରୀକାନ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ଡ ପାଇଁ ଆଦେଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ପୋଶାଲ ପବ୍ଲିକ୍‍ ପ୍ରୋସିକ୍ୟୁଟର ଜ୍ଞାନେନ୍ଦ୍ର ନାଥ ଜେନା ମକଦ୍ଦମା ପରିଚାଳନା କରୁଥିଲେ।

kalyan agarbati

Comments are closed.