www.samajalive.in
Sunday, December 7, 2025
26.1 C
Bhubaneswar

ପତ୍ନୀଙ୍କୁ ଦେଉଥିଲେ ନିର୍ଯାତନା, ଅଭିଯୁକ୍ତ ସ୍ୱାମୀକୁ ୧ବର୍ଷ ଜେଲ୍‌ ସହ ଜରିମାନା

କେନ୍ଦୁଝରଗଡ଼: ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗରେ କେନ୍ଦୁଝର ଟାଉନ ଥାନା ଅଧିନ ଗମ୍ଭାରିଆ ଗ୍ରାମର ପ୍ରଦୀପ୍ତ କୁମାର ଜେନାଙ୍କୁ ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି କେନ୍ଦୁଝର ସୋମବାର ଦୋଷୀ ସାବ୍ୟସ୍ତ କରି ୧ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୩ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ଏହି ମାମଲାରେ ପ୍ରମାଣ ଅଭାବରୁ ଶାଶୂ ଓ ଶ୍ୱଶୂରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

କେନ୍ଦୁଝର ସହର ଉପକଣ୍ଠ ବାଲିଆଗୋଡା ଗ୍ରାମର ଧରିତ୍ରୀ ଜେନାଙ୍କୁ ୨୦୦୯ ମସିହାରେ ଗମ୍ଭାରିଆ ଗ୍ରାମର ପ୍ରଦୀପ୍ତ ଜେନା ବୈଦିକ ରୀତିରେ ବିବାହ କରିଥିଲେ। ବିବାହର କିଛିଦିନ ପରେ ଧରିତ୍ରୀଙ୍କୁ ବିଭିନ୍ନ ଆଳ ଦେଖାଇ ସ୍ୱାମୀ, ଶାଶୂ ଓ ଶ୍ୱଶୂର ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା। ନିର୍ଯାତନା ସମ୍ପର୍କରେ ଥାନାରେ ବହୁବାର ଆପୋଷ ବୁଝାମଣା ହୋଇଥିଲେସୁଦ୍ଧା ପରବର୍ତ୍ତୀ ସମୟରେ ଅଧିକ ନିର୍ଯାତନା ଦେବାରୁ ୨୦୨୦ରେ ଧରିତ୍ରୀ ବାଧ୍ୟହୋଇ ଟାଉନ ଥାନାରେ ସ୍ୱାମୀ, ଶାଶୂ ଓ ଶ୍ୱଶୂରଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ପରେ ଏହି ମାମଲାରେ ୧୧ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି କେନ୍ଦୁଝର ସୁମିତ୍ରା କୁମାରୀ ଦାସ ସୋମବାର ଚୂଡାନ୍ତ ଶୁଣାଣି କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ପୀଡ଼ିତାଙ୍କ ପକ୍ଷରୁ ଆସିଷ୍ଟାଣ୍ଟ ପବ୍ଲିକ୍‌‌ ପ୍ରୋସିକ୍ୟୁଟର ସତ୍ୟବ୍ରତ ମହାନ୍ତି ମକଦ୍ଦମା ପରିଚାଳନା କରୁଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories