ୟୁଟ୍ୟୁବରେ ଶୁଆ ଭିଡିଓ ଦେଖାଇ ଯୁବକ ଗିରଫ
କେନ୍ଦୁଝରଗ: କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଅଧିନ କୁମୁଣ୍ଡି ଅଞ୍ଚଳର ଯୁବକ ଚିନ୍ମୟ କୁମାର ମହାନ୍ତ ଏକ ନାହାକ ଶୁଆର ଭିଡିଓ ଉତ୍ତୋଳନ କରି ୟୁଟ୍ୟୁବ ମାଧ୍ୟମରେ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ୟୁଟ୍ୟୁବରେ ଦେଖିବା ପରେ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ଏ ସମ୍ପର୍କରେ ପିସିସିଏଫ୍ଙ୍କ ସମେତ ବନବିଭାଗ ବରିଷ୍ଠ ଅଧିକାରୀଙ୍କୁ ଟୁଇଟ୍ କରି ଜଣାଇବା ପରେ କେନ୍ଦୁଝର ବନ ବିଭାଗ ପକ୍ଷରୁ ଚିନ୍ମୟଙ୍କୁ ଗିରଫ କରାଯାଇଛି। ଶୁଆଟି କେମିତି କଥା କହୁଛି ଓ କେମିତି କାମୁଡିବ ନାହିଁ ଶୀର୍ଷକ ଦୁଇଟି ଭିଡିଓଙ୍କୁ ଚିନ୍ମୟ ୟୁଟ୍ୟୁବରେ ଛାଡିବା ପରେ ଏହାକୁ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ମଲ୍ଲିକ ଦେଖି ଅଭିଯୋଗ କରିଥିଲେ।
ଅଭିଯୋଗ ପାଇବା ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବନ୍ୟପ୍ରାଣୀ ସୁରକ୍ଷା ଆଇନ-୧୯୭୨ର ଧାରା ୯ ଓ ୩୯(୩) ଯୋଗେ ଏହି ବିରଳ ପ୍ରଜାତିର ଶୁଆକୁ ଶୀକାର କରିବା ସହ ନିର୍ଯ୍ୟାତନା ଦେବା ଅଭିଯୋଗରେ ଅଭିଯୁକ୍ତ ଚିନ୍ମୟ କୁମାର ମହାନ୍ତ (୨୫)ଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଏକ ପିଞ୍ଜରା ଓ ସୋରିଷ ତେଲ ବୋତଲକୁ ମଧ୍ୟ ଜବତ କରାଯାଇଛି। ଏହାସହିତ ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଡିଏଫଓ ଧନରାଜ ଏଚ.ଡି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
Comments are closed.