ଅଜଗର ଉଦ୍ଧାର କଲା ବନବିଭାଗ

0

ପାଟଣା: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ବନବିଭାଗ ଶନିବାର ରାଇବଣ ବେଲପାହଡି ହୁଡି ସନ୍ନିକଟ ଏକ ଧାନ ବିଲରୁ ୫ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରିଛି । ବିଲକୁ କାମ କରିବାକୁ ଯାଇଥିବା ଲୋକେ ଧାନ ବାଛିବା ସମୟରେ ଅଜଗର କୁ ଦେଖି ବନବିଭାଗ କୁ ଖବର ଦେଇଥିଲେ ।ଢେଙ୍କିକୋଟ ବନପାଳ ଗୌର ଚନ୍ଦ୍ର ନାୟକ ବନରକ୍ଷୀ ଯୋଗେଶ୍ଵର ମାଝୀ ବନବିଭାଗ ପାରାଷ୍ଟାଫ ଘଟଣାସ୍ଥଳକୁ ଯାଇ ଅଜଗରକୁ ଉଦ୍ଧାର କରି ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଛନ୍ତି ।

Leave A Reply