‘ଆମ ଓଡିଶା-ନବୀନ ଓଡିଶା’ ଯୋଜନା ଅନୁଦାନ ରାଶି ପଞ୍ଚାୟତକୁ ଦିଆଯାଉ

କେନ୍ଦୁଝରଗଡ଼ : ତୃଣମୂଳସ୍ତରରେ ସାମୂହିକ ଉନ୍ନତି ନିମନ୍ତେ ରାଜ୍ୟ ସରକାର ‘ଆମ ଓଡିଶା-ନବୀନ ଓଡିଶା’ ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି। ଉକ୍ତ ଯୋଜନା ଅଧିନରେ କାର୍ଯ୍ୟକାରୀ ହେବାକୁଥିବା ପ୍ରକଳ୍ପର କାର୍ଯ୍ୟକରୀତା ଓ ତଦାରଖ ନିମନ୍ତେ ପଞ୍ଚାୟତ ପରିବର୍ତ୍ତେ ପଞ୍ଚାୟତ ସମିତିକୁ ହସ୍ତାନ୍ତର କରିବା ନିଷ୍ପତ୍ତି ନିଆଯାଉଛି। ପଞ୍ଚାୟତ ସମିତିସ୍ତରରେ ପୂର୍ବରୁ ମନରେଗା, ବିଧାୟକ ଓ ସାଂସଦ ପାଣ୍ଠି, ସ୍ୱତନ୍ତ୍ର ଯୋଜନା, ଜିଲାପରିଷଦ ଅଂଶ, ଡିଏମଏଫ୍‍, ଓମ୍ବାଡସି ଆଦି ଯୋଜନା କାର୍ଯ୍ୟକାରୀ ହୋଇ ଆସୁଥିବା ବେଳେ ଏବେ ‘ଆମ ଓଡିଶା-ନବୀନ ଓଡିଶା’ ଯୋଜନାକୁ ପୁଣିଥରେ ପଞ୍ଚାୟତ ସମିତିସ୍ତରରେ କାର୍ଯ୍ୟକାରୀ କରିବା ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ପରିବର୍ତ୍ତେ ଏହାର ସଠିକ୍‍ ରୂପାୟନ ହୋଇନପାରିବା ନେଇ କେନ୍ଦୁଝର ଜିଲାର ସରପଞ୍ଚ ମାନଙ୍କ ପକ୍ଷରୁ କୁହାଯାଇଛି।

prayash

ଗ୍ରାମ ପଞ୍ଚାୟତକୁ କେବଳ ଏସ୍‍ଏଫ୍‍ସି ଓ ସିଏଫ୍‍ସି ଯୋଜନାରେ ଆସୁଥିବା ଅନୁଦାନକୁ ବିନିଯୋଗ କରି ଭାରତ ସରକାରଙ୍କ ନିର୍ଦ୍ଧାରିତ ୯ଟି ବିଷୟକୁ ପାଥେୟ କରି ପଞ୍ଚାୟତସ୍ତରରେ ସାମୂହିକ ଉନ୍ନତି କରିା ଅସମ୍ଭବ ଅଟେ ବୋଲି ସରପଞ୍ଚ ଘନଶ୍ରାମ ବାରି, ସନ୍ତୋଷ ନାଏକ, ତୁଳସୀବଲ୍ଲଭ ସିଂ, ପାଙ୍ଗେଲା ମୁଣ୍ଡା ପ୍ରମୁଖ ସୋମବାର ଅପରାହ୍ନରେ ଜିଲାପାଳଙ୍କୁ ଭେଟି’ଆମ ଓଡିଶା-ନବୀନ ଓଡିଶା’ ଯୋଜନାରେ ମିଳିବାକୁ ଥିବା ଅନୁଦାନ ସିଧାସଳଖ ପଞ୍ଚାୟତକୁ ହସ୍ତାନ୍ତର କରାଯାଉ ବୋଲି ଦାବି କରିଛନ୍ତି। ତେବେ ଏ ସମ୍ପର୍କରେ ବିଡିଓ ମାନଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଥିବା ଚମ୍ପୁଆ ବ୍ଲକ ରଜିଆ ସରପଞ୍ଚ ସନ୍ତୋଷ ନାଏକ କହିଛନ୍ତି।

Comments are closed.