କେନ୍ଦୁଝରରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦୁଝରଗଡ଼: ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦେ୍ଧାତ୍ସବ ଅବସରରେ ରବିବାର ସକାଳେ ଟେଲିଫୋନ ଏକ୍ସଚେଞ୍ଜଛକସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବହୁ ବିଶିଷ୍ଟ ବ୍ୟକ୍ତି ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ପଣ୍ଡିତ ଶ୍ରୀ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ସେବା ମନୋଭାବକୁ ଆଜିର ଯୁବପିଢ଼ୀ ନୀତି ଆଦର୍ଶ ଭାବେ ଗ୍ରହଣ କରିବାକୁ ଶ୍ରୀ ନାଏକ ଆହ୍ୱାନ ଦେଇଥିଲେ।
କେନ୍ଦୁଝରଗଡ ନଗରପାଳ ନିକୁ ସାହୁ, ମିଳନୀ ସାହିତ୍ୟ ସଂସଦ ସଭାପତି ଦେବାଶିଷ ଚକ୍ରବର୍ତ୍ତୀ, ଉପସଭାପତି ଇନ୍ଦୁମତୀ ପାତ୍ର ଓ ଯୁଗ୍ମସମ୍ପାଦକ ହରିହର ମହାନ୍ତ, ସଦସ୍ୟ ସୁଜିତ କୁମାର ମିଶ୍ର, ଜିଲା କଂଗ୍ରେସ ସଭାପତି ମୋହନ ପରିଡା, କଂଗ୍ରେସ ନେତା ବିନୋଦ ବିହାରୀ ନାଏକ, ସଙ୍ଗୀତା ସିଂହ, ଆଇଡିଏ ସମ୍ପାଦିକା ସେବତୀ ସିଂହ, କେନ୍ଦୁଝର ଯାନ୍ତ୍ରୀକ ବିଦ୍ୟାଳୟ ଚେୟାରମ୍ୟାନ ଇଂ ବସନ୍ତ କୁମାର ଦାନୀ, ଗୋନାସିକା ମହାବିଦ୍ୟାଳୟ ଚେୟାରମ୍ୟାନ ରାଜଶ୍ରୀ ଖଟୋଇ, ଇଂ ସୁରେଶ ଚନ୍ଦ୍ର ଖାଟୋଇ, ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦୁଝର ଶାଖା ମୁଖ୍ୟ ବ୍ରହ୍ମାକୁମାରୀ ବିନ୍ଦୁ, ବ୍ରହ୍ମାକୁମାରୀ ପ୍ରତିଭା, ବ୍ରହ୍ମାକୁମାର ଜଗବନ୍ଧୁ, କୁଳମଣୀ, ସତ୍ୟାନନ୍ଦ, ଲୋକନାଥ, ଝରିଲାଲ, ସୁମନ୍ତ, ଘନଶ୍ୟାମ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ବିମ୍ବାଧର ବେହେରା, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦୁଝରର ଅଧ୍ୟକ୍ଷ ଡ.କ୍ଷୀରୋଦ ଚନ୍ଦ୍ର ମିଶ୍ର, ଭୂମିକା ଚକ୍ଷୁ ଚିକିତ୍ସାଳୟ ଉତ୍ତର ଓଡିଶାର ଜୋନାଲ ମ୍ୟାନେଜର କର୍ଣ୍ଣାଟ କେଶରୀ ଜେନା, ଗାନ୍ଧିବାଦୀ ନେତା ଭକ୍ତବତ୍ସଳ ମହାନ୍ତି, କମ୍ୟୁନିଷ୍ଟ ନେତା ଅରୁଣ କୁମାର ଦାସ, ତଦାଶା ସମ୍ପାଦକ ଅକ୍ଷୟ କୁମାର ଚକ୍ର, ଡାକ୍ତର ପ୍ରମୋଦ କୁମର ନନ୍ଦ, ଆରଭିଡିଓ ସମ୍ପାଦକ ମନୋଜ କୁମାର ପରିଡା, ଘରୋଇ ବସ୍ ମାଲିକ ସଂଘ କେନ୍ଦୁଝରର ପୂର୍ବତନ ସଭାପତି ମନୋରଞ୍ଜନ ସାହୁ ଓ ସମ୍ପାଦକ ସିଂଘାଦ୍ରି ବିହାରୀ ସାହୁ, ଗୋପବନ୍ଧୁ ସେବାକେନ୍ଦ୍ର ସଦସ୍ୟ ଉତ୍କଳ ଦାସ, ପ୍ରମୋଦ ନାୟକ, ବିଶ୍ୱଜିତ ବଳ, ସଦସ୍ୟା ବୈଶାଳୀ ପ୍ରିୟଦର୍ଶିନୀ, ପ୍ରଣତୀ ରାଉତ, ଶିଶୁ ମଙ୍ଗଳ ସମିତି ସଦସ୍ୟା ରାଜଶ୍ରୀ ଉପାଧ୍ୟାୟ, ଜିଲା ରେଡକ୍ରସ୍ ଯୁଗ୍ମସମ୍ପାଦକ ଏ.ଆର.ଖାନ, ଶିକ୍ଷକ ବିଜୟ କୁମାର ବେହେରା ଓ ଶାନ୍ତନୁ କୁମାର ମହାପାତ୍ର, ସାମ୍ବାଦିକ ଜୟକୃଷ୍ଣ ପଣ୍ଡା, ସତ୍ୟଜିତ ସାମନ୍ତରାୟ, ଅବସରପ୍ରାପ୍ତ ଶିକ୍ଷକ ସର୍ଦ୍ଦାର ବାରିକ, ବ୍ରହ୍ମେଶ୍ୱର ମିଶ୍ର, ପ୍ରଗତିଶୀଳ ନାଗରିକ ମଞ୍ଚ ଉପସଭାପତି ଭରତ ଚନ୍ଦ୍ର ପାତ୍ର, ଶରତ ଚନ୍ଦ୍ର ପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ ଅବସରରେ ଦେଶ ସ୍ୱାଧିନ ପାଇଁ ପଣ୍ଡିତ ଗୋପବନ୍ଧୁଙ୍କ ତ୍ୟାଗ ଓ ବଳିଦାନ ଆମ ସମସ୍ତଙ୍କ ପାଇଁ ସର୍ବଦା ପ୍ରାତଃ ସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ।
କେନ୍ଦୁଝର ସମାଜ ପ୍ରତିନିଧି ଜ୍ଞାନରଞ୍ଜନ ମିଶ୍ର ଓ ସତ୍ୟ ନାରାୟଣ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସଦର ପ୍ରତିନିଧି ବିଜୟ କୁମାର ମିଶ୍ର, ବାଂଶପାଳ ପ୍ରତିନିଧି ରଶ୍ମୀରଞ୍ଜନ ବେହେରା, ସିଷ୍ଟମ ଅପରେଟର ପବିତ୍ର କୁମାର ବେହେରା, ତାରିଣୀ ଶଙ୍କର ବେହେରା ପ୍ରମୁଖ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିିରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ସକାଳ ୭ଟାରେ ରିଜର୍ଭ ପୋଲିସ ପୋଖରୀରେ ତିଳ ତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Comments are closed.