www.samajalive.in
Monday, December 15, 2025
26.1 C
Bhubaneswar

ପ୍ରବଳ ବର୍ଷା ପାଇଁ କେଦାରନାଥ ଯାତ୍ରା ବନ୍ଦ; ଉତ୍ତରାଖଣ୍ଡରେ ଭୂସ୍ଖଳନର ବିପଦ

ନୂଆଦିଲ୍ଲୀ : କେଦାରନାଥ ଯାତ୍ରା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । ପ୍ରବଳ ବର୍ଷା କାରଣରୁ କେଦାରନାଥ ଯାତ୍ରାକୁ ବନ୍ଦ ରଖାଯାଇଛି । ଯାତ୍ରୀଙ୍କୁ ସୋନପ୍ରୟାଗ ଓ ଗୌରୀକୁଣ୍ଡରେ ଅଟକାଇ ରଖାଯାଇଛି । ରୁଦ୍ରପ୍ରୟାଗ ଓ ଚମୋଲୀ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଓ ଏହାର ନିକଟବର୍ତ୍ତି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଅଲକନନ୍ଦା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ମାତ୍ର ନଦୀରେ ଜଳସ୍ତର ବିପଦ ସଙ୍କେତ ତଳକୁ ରହିଥିବା ଜଣାପଡିଛି ।

ବଦ୍ରିନାଥ ଯାଉଥିବା ସମସ୍ତ ରାସ୍ତା ମଧ୍ୟ ଭୂସ୍ଖଳନ ପରେ ବନ୍ଦ ରଖାଯାଇଛି । ଗୌରୀକୁଣ୍ଡରେ ଭଗ୍ନାବଶେଷ ହଟାଇବା କାମ ଜାରି ରହିଛି । ସମସ୍ତ କାର୍ଯ୍ୟ ଶେଷ ପରେ ପୁଣି ଯାତ୍ରା ଆରମ୍ଭ କରାଯିବ ।
ସୂଚନାନୁଯାୟୀ, ଗତ କିଛି ଦିନ ହେବ ଉତ୍ତରାଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ଏହି କାରଣରୁ ଭୂସ୍ଖଳନ ଘଟଣା ମଧ୍ୟ ସାମ୍ନାକୁ ଆସିଛି । କିଛି ଦିନ ତଳେ ସୋନପ୍ରୟାଗରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ହୋଇଥିଲା । ଏଥିରେ କେଦାରନାଥରୁ ଫେରୁଥିବା ୪୦ରୁ ଅଧିକ ଶ୍ରଦ୍ଧାଳୁ ଫସି ଯାଇଥିଲେ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । କିଛି ସ୍ଥାନରେ ବାଦଲ ଫଟା ବର୍ଷା ମଧ୍ୟ ହୋଇଛି ।

ଆଉ ୨ ଦିନ ପରେ ବୃହସ୍ପତି ଚଳନ ; ଏହି ରାଶି ହେବେ ଧନୀ, ହଠାତ୍‌ ମିଳିବ ବଡ ଖୁସି,ସଫଳତା..

- Advertisement -

ଉତ୍ତରାଖଣ୍ଡର ୪ ଜିଲାକୁ ଭୂସ୍ଖଳନ ପାଇଁ ଚେତାବନୀ ଜାରି କରାଯାଇଛି । ବିଭାଗ ୭ ଓ ୮ ଜୁଲାଇରେ ଉତ୍ତରାଖଣ୍ଡର ଟିହରୀ, ରୁଦ୍ରପ୍ରୟାଗ, ଚମୋଲି ଓ ଉତ୍ତରକାଶୀରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ଲୋକଙ୍କୁ ସତର୍କ ରହିବା ପାଇଁ ମଧ୍ୟ କୁହାଯାଇଛି ।

ମହେଶ ବାବୁଙ୍କୁ ନୋଟିସ୍‌ ଜାରି

ମାତ୍ର ଏତିକି ଟଙ୍କାରେ ଏଆଇ+ ଆଣିଲା ୫ଜି ସ୍ମାର୍ଟଫୋନ୍‌ ; ଆସନ୍ତାକାଲି ଭାରତରେ ଏହି ବ୍ରାଣ୍ଡ୍‌ର ହେବ ପ୍ରବେଶ

ଦେଖନ୍ତୁ ଭୟଭୀତ କରିବ ଦୃଶ୍ୟ; ଦ୍ରୁତ ଗତିରେ ଆସୁଥିଲା ଟ୍ରେନ୍‌, ଧାରଣାରେ ଶୋଇଲେ ନାବାଳକ, ତା’ପରେ..

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories