ସାଲେପୁର: କଟକ ଜିଲ୍ଲା ସାଲେପୁର ଥାନା ଲୁଣହାର ଗାଁରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତକ ପ୍ରକାଶ ଭୋଈ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତ ଦୁଇ ଦିନ ତଳେ ପାରିବାରିକ କଳହକୁ କେନ୍ଦ୍ର କରି ପ୍ରକାଶ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ବଚସା ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଦୁଇ ଦିନ ହେବ ପ୍ରକାଶ ମାନସିକ ଅଶାନ୍ତିରେ ରହୁଥିଲେ । ଯାହାକୁ ନେଇ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



