www.samajalive.in
Saturday, December 6, 2025
14.1 C
Bhubaneswar

କେବିସିରେ ଓଡିଆ ପ୍ରତିଯୋଗୀ; ଜିତିଲେ ୨୫ଲକ୍ଷ

ଦାମନଯୋଡ଼ି: ନାଲ୍‍କୋ କର୍ମଚାରୀ ନାମ୍ବଲା ରବିକୁମାର ସୋନି ଟିଭି ଚ୍ୟାନେଲର ଲୋକପ୍ରିୟ ଧାରାବାହିକ ‘କୌନ ବନେଗା କରୋଡପତି’ରେ ୨୫ ଲକ୍ଷ ଟଙ୍କା ଜିତିଛନ୍ତି। ଏହି ଏପିସୋଡଟି ଗତ ୧୮ ତାରିଖ ରାତି ୯ଟାରେ ପ୍ରସାରିତ ହୋଇଥିଲା। କୋରାପୁଟ ପୁଲିସ ବିଭାଗରୁ ଅବସର ଗ୍ରହଣ କରିଥିବା ଏନ୍‍.ଜଗନ୍ନାଥମଙ୍କ ବଡ଼ପୁଅ ରବି କୁମାର ୨୦୦୦ ମସିହାରୁ କେବିସି ପାଇଁ ପ୍ରସ୍ତୁତି ଚଳାଇ ଥିଲେ। ତାଙ୍କର ଏହି ପ୍ରସ୍ତୁତି ୨୦୦୧ରେ ନାଲ୍‍କୋରେ ଖାଲି ପଦ ପାଇଁ ହୋଇଥିବା ଲିଖିତ ପରୀକ୍ଷାରେ ସହାୟକ ହୋଇଥିଲା। ସେ ଲିଖିତ ସାଧାରଣ ଜ୍ଞାନ ପରୀକ୍ଷାରେ ଶତକଡା ୧୦୦ ନମ୍ବର ରଖିଥିଲେ। ଜ୍ଞାନ କେବେ ବେକାର ହୁଏ ନାହିଁ। ଚାକିରି ସତ୍ତ୍ବେ କେବିସି ମୋହ ତଥା ସୁପରଷ୍ଟାର ଅମିତାଭ ବଚନଙ୍କ ସହ ହଟ୍‍ସିଟ୍‍ରେ ବସିବାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ ବୋଲି କହିଛନ୍ତି ରବିକୁମାର। କେବିସି ଟିମ୍‍ରୁ ଫୋନ୍‍ ଆସିଥିଲା ଏବଂ ପଚାରିଥିବା ୩ଟି ପ୍ରଶ୍ନର ସଠିକ୍‍ ଉତ୍ତର ଦେଇଥିଲେ। ପରେ ଜୁଲାଇରେ ରାୟପୁର ଅଡ଼ିସନ୍‍କୁ ଡକାଯାଇଥିଲା ଏବଂ ସେଠାରେ ଭଲ ପ୍ରଦର୍ଶନ କରି ମୁମ୍ବାଇ ଯାଇଥିଲେ। ସେଠାରୁ ସବୁଠାରୁ ତୀବ୍ର ଅଙ୍ଗୁଳି ଚାଳନାରେ ସଠିକ୍‍ ଉତ୍ତର କମ୍‍ ସମୟରେ ଦେଇ ହଟ୍‍ସିଟ୍‍ରେ ପହଞ୍ଚି ଥିଲେ। ଅମିତାଭ ବଚ୍ଚନଙ୍କ ଭଳି ସୁପରଷ୍ଟାରଙ୍କ ସହ ହଟସିଟରେ ବସି କେବିସିରେ ଖେଳି ସେ ଗର୍ବିତ ବୋଲି କହିଛନ୍ତି। କେବିସିରେ ୫୦ ଲକ୍ଷ ଟଙ୍କା ପ୍ରଶ୍ନର ଉତ୍ତର ଜାଣିଥିଲେ ବି ଦ୍ୱନ୍ଦ୍ୱରେ ପଡ଼ି ଏବଂ ଲାଇଫ୍‍ ଲାଇନ୍‍ ନଥିବାରୁ ସେ ଛାଡ଼ି ଦେଇ ୨୫ ଲକ୍ଷ ଟଙ୍କା ଜିତିଥିବା କହିଛନ୍ତି। ନାଲ୍‍କୋ ପାୱାର ପ୍ଲାଣ୍ଟରେ ଚାର୍ଜମ୍ୟାନ୍‍ (ଗ୍ରେଡ-୩) ଥିବା ରବିକୁମାର ସ୍ତ୍ରୀ ଏନ୍‍.ରେଣୁକାଙ୍କୁ ସାଥିରେ ଧରି ମୁମ୍ବଇ ସୋ’କୁ ଯାଇଥିଲେ। ୨ ପୁଅ ଏନ୍‍.ଚୈତନ୍ୟ ୧୦ମରେ ଏବଂ ଏନ୍‍.ଆର୍ୟ୍ୟନ୍‍ ୫ମରେ ଅଧ୍ୟୟନରତ। ତାଙ୍କ ସଫଳତାରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।ରବି କୁମାର ନାଲ୍‍କୋରେ ଚାକିରି କରିବା ପୂର୍ବରୁ କ୍ୟାଣ୍ଟିନ୍‍ ଚଳାଇବା ସହିତ କିଛିଦିନ ବସ୍‍ କଣ୍ଡକ୍ଟର ରୂପେ କାର୍ୟ୍ୟ କରଥିଲେ। ଜୀବନ ତାଙ୍କର ସଂଘର୍ଷମୟ ଥିଲା। ମୁମ୍ବଇ କେବିସି କାର୍ୟ୍ୟକ୍ରମକୁ ତାଙ୍କର ଯୋଡ଼ିଦାର ରୂପେ ତାଙ୍କ ସହକର୍ମୀ ତ୍ରୈଲୋକ୍ୟନାଥ ସାହୁ ମଧ୍ୟ ଯାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories