www.samajalive.in
Saturday, December 6, 2025
26.1 C
Bhubaneswar

ରାମ ମନ୍ଦିର ନିର୍ମାଣ ନ ହେଲେ ପ୍ରଧାନମନ୍ତ୍ରୀ ବଦଳାଇ ଦେବୁ: ତୋଗାଡ଼ିଆ

ଲକ୍ଷ୍ନୌ : ରାମ ମନ୍ଦିର ନିର୍ମାଣ ପାଇଁ ମୋଦୀ ସରକାର ଅଧ୍ୟାଦେଶ ଆଣି ଆଇନ କରନ୍ତୁ କିମ୍ବା ଅନ୍ୟ ବାଟ ଖୋଜନ୍ତୁ। ନହେଲେ ପ୍ରଧାନମନ୍ତ୍ରୀଙ୍କୁ ବଦଳାଇ ଦିଆଯିବ। ଲକ୍ଷ୍ନୌଠାରେ ଆୟୋଜିତ ଜନସଭାରେ ରବିବାର ଉଦ୍‍ବୋଧନ ଦେଇ ଏହା କହିଛନ୍ତି ଅନ୍ତର୍ଜାତୀୟ ହିନ୍ଦୁ ପରିଷଦର ମୁଖ୍ୟ ପ୍ରବୀଣ ତୋଗାଡ଼ିଆ।
ଏହାସହ ଲକ୍ଷ୍ନୌଠାରୁ ଅଯୋଧ୍ୟା ପର୍ଯ୍ୟନ୍ତ ଯାତ୍ରା ପାଇଁ ତୋଗାଡ଼ିଆଙ୍କୁ ଉତ୍ତରପ୍ରଦେଶ ସରକାର ଅନୁମତି ପ୍ରଦାନ କରିଛନ୍ତି। ଲକ୍ଷ୍ନୌଠାରେ ଆୟୋଜିତ ‘ସଂକଳ୍ପ ସଭା’ରେ ତୋଗାଡ଼ିଆ ଉଦ୍‍ବୋଧନ ଦେଇ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାରଙ୍କ ଉପରେ ବର୍ଷିଥିଲେ। ରବିବାର ରାତି ସୁଦ୍ଧା ଏହି ଯାତ୍ରା ଅଯୋଧ୍ୟାରେ ପହଞ୍ଚିବ ବୋଲି ଆଶା କରାଯାଉଛି। ସଂକଳ୍ପ ସଭାରେ ତୋଗାଡ଼ିଆ କହିଛନ୍ତି ଯେ ହିନ୍ଦୁଙ୍କ ଭୂଲୁଣ୍ଠିତ ଗୌରବ ଏବଂ ସମ୍ମାନ ଫେରାଇ ଆଣିବା ପାଇଁ ଆମେ ଏକାଠି ହୋଇଛୁ। ରାମ ମନ୍ଦିର ପାଇଁ ସଂଘର୍ଷ ଏବେ ଆରମ୍ଭ ହୋଇନାହିଁ। ରାଜୀବ ଗାନ୍ଧୀ, ନରସିଂହ ରାଓ, ଅଟଳ ବିହାରୀ ବାଜପେୟୀଙ୍କ ସାମ୍ନାରେ ରାମ ମନ୍ଦିର ନିର୍ମାଣ ଏକ ସଂଘର୍ଷ ଥିଲା। ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇ ମୋଦୀ ସରକାରକୁ ଆସିଥିଲେ। ସରକାରକୁ ଆସିବା ପରେ ମୋଦୀ ସରକାର ଲୋକଙ୍କୁ ଠକି ଚାଲିଛନ୍ତି। ମନ୍ଦିର ନିର୍ମାଣ ପାଇଁ ଆଇନ ଅଣାଯାଉ କିମ୍ବା ଅନ୍ୟ ବାଟ ବାହାର କରାଯାଉ। ନଚେତ ଲୋକ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ବାଛିବେ। ଲୋକେ ପ୍ରଧାନମନ୍ତ୍ରୀ ବଦଳାଇ ଦେବେ।
ତୋଗାଡ଼ିଆଙ୍କ ଘନିଷ୍ଠ ଲୋକଙ୍କଠାରୁ ପ୍ରାପ୍ତ ସୂଚନା ଅନୁସାରେ ତୋଗାଡ଼ିଆ ୨୨ ଓ ୨୩ ଅକ୍ଟୋବରରେ ଅଯୋଧ୍ୟାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ୨୩ ଅକ୍ଟୋବରରେ ସେ ଏକ ବଡ଼ ରାଜନୈତିକ ନିଷ୍ପତ୍ତି ନେବେ ଓ ଏନେଇ ଘୋଷଣା କରିବେ। କୁହାଯାଉଛି ସେ ଏକ ନୂଆ ରାଜନୈତିକ ଦଳ ଗଠନ ପାଇଁ ଘୋଷଣା କରିବେ ଓ ଆସନ୍ତା ଲୋକସଭା ନିର୍ବାଚନରେ ତାଙ୍କ ଦଳ ପ୍ରାର୍ଥୀ ଦେବ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories