କାଶ୍ମୀର ସାମ୍ବାଦିକଙ୍କୁ ବିଜେପି ନେତାଙ୍କ ଚେତାବନୀ

0

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ସାମ୍ବାଦିକଙ୍କୁ ଧମକ ଦେଇ ବିଜେପି ନେତା ଚୌଧୁରୀ ଲାଲ୍‍ ସିଂହ କଂଗ୍ରେସ ଏବଂ ନ୍ୟାସନାଲ କନ୍‍ଫରେନ୍ସ ଦ୍ୱାରା ସମାଲୋଚିତ ହୋଇଛନ୍ତି। ରାଇଜିଂ କାଶ୍ମୀରର ସମ୍ପାଦକ ସୁଜାତ ବୁଖାରୀଙ୍କ ହତ୍ୟାର ଉଦାହରଣ ଦେଇ ସେ କହିଛନ୍ତି, ସାମ୍ବାଦିକମାନେ ରାଜ୍ୟରେ ଖରାପ ବାତାବରଣ ସୃଷ୍ଟି କରିଛନ୍ତି। ସେମାନେ ସାମ୍ବାଦିକତାର ଏକ ସୀମା ନିର୍ଦ୍ଧାରଣ କରନ୍ତୁ। ବସରତ (ବୁଖାରୀଙ୍କ ଭାଇ)ଙ୍କ ସହ ଯାହା ଘଟିଲା ପୁନଃ ସେଭଳି ପରିସ୍ଥିତି ସୃଷ୍ଟି ହେଉ ତାହା ସାମ୍ବାଦିକମାନେ ଚାହୁଁଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ। କଠୁଆ ନାବାଳିକା ଗଣବଳାତ୍କାର ଓ ହତ୍ୟା ଘଟଣାର ଅଭିଯୁକ୍ତଙ୍କ ସମର୍ଥନରେ ଽାଲି କରି ବିଜେପି ନେତା ଚୌଧୁରୀ ଲାଲ୍‍ଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଉପରୋକ୍ତ ମନ୍ତବ୍ୟ ପାଇଁ ତାଙ୍କୁ ନ୍ୟାସନାଲ କନ୍‍ଫରେନ୍ସ ନେତା ଓମାର ଅବ୍‍ଦୁଲ୍ଲା ସମାଲୋଚନା କରିଛନ୍ତି। ବୁଖାରୀଙ୍କ ହତ୍ୟା ଘଟଣାକୁ ଏବେ ସାମ୍ବାଦିକମାନଙ୍କ ମନରେ ଭୟ ସଞ୍ଚାର ଲାଗି ବ୍ୟବହାର କରାଯାଉଥିବା ସେ ଦର୍ଶାଇଛନ୍ତି। ଏଭଳି ମନ୍ତବ୍ୟ ଦେଇ ଲାଲ୍‍ ସିଂହ ସାମ୍ବାଦିକମାନଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୂର୍ଯ୍ୟେୱାଲ କହିଛନ୍ତି।

kalyan agarbati
Leave A Reply