କାର୍ତ୍ତିଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ

0

ଚେନ୍ନଇ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମ୍‍ଙ୍କ ପୁଅ କାର୍ତ୍ତି ଚିଦମ୍ବରମ୍‍ଙ୍କୁ ମାଡ୍ରାସ ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। କଳାଧନ ଆଇନ ଅନୁଯାୟୀ ଆୟକର ବିଭାଗ କାର୍ତ୍ତିଙ୍କୁ ସମନ ଜାରି କରିଥିବାବେଳେ ହାଇକୋର୍ଟ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ଏ ଡି ଜଗଦୀଶ ଚନ୍ଦିରା ଶନିବାର ନିଜ ବାସଭବନରେ କାର୍ତ୍ତିଙ୍କ ଆଗୁଆ ଜାମିନ ଆବେଦନ ଉପରେ ରାତି ୧୧ଟା ୩୦ ପର୍ଯ୍ୟନ୍ତ ଶୁଣାଣି କରି ରାୟ ପ୍ରକାଶ କରିଥିଲେ।

Leave A Reply