କର୍ଣ୍ଣାଟକ ନିର୍ବାଚନ : କଂଗ୍ରେସର ୨୧୮ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ

0

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ତାର ପ୍ରଥମ ପ୍ରାର୍ଥôତାଲିକା ପ୍ରକାଶ କରିଛି। ରବିବାର ପ୍ରକାଶିତ ପ୍ରାର୍ଥôତାଲିକାରେ ୨୧୮ଜଣଙ୍କ ନାମ ରହିଛି। ଘୋଷିତ ତାଲିକା ଅନୁଯାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଚାମୁଣ୍ଡେଶ୍ୱରୀ ଆସନରୁ ନିର୍ବାଚନ ଲଢିବେ। ସିଦ୍ଧରମୈୟାଙ୍କ ପୁଅ ଯତୀନ୍ଦ୍ର ବରୁଣ ଆସନରୁ, ଗୃହମନ୍ତ୍ରୀ ରାମଲିଙ୍ଗା ରେଡ୍ଡିଙ୍କ ଝିଅ ସୌମ୍ୟ ଜୟନଗର ଆସନରୁ ନିର୍ବାଚନ ଲଢିବେ। ଗତ ସପ୍ତାହରେ ବିଜେପି ପ୍ରଥମ ପର୍ଯ୍ୟାୟରେ ୭୪ଜଣିଆ ପ୍ରାର୍ଥôତାଲିକା ଘୋଷଣା କରିଥିଲେ। ମେ ୧୨ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ୧୫ରେ ଭୋଟ ଗଣତି ହେବ। ଏପ୍ରିଲ ୨୪ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି।

Leave A Reply