ଆଜି କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

0

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍.ଡି କୁମାରସ୍ୱାମୀଙ୍କ ମନ୍ତ୍ରିମଣ୍ଡଳ ବୁଧବାର ଅପରାହ୍ଣ ୨ଟାରେ ସମ୍ପ୍ରସାରଣ ହେବ। ଏହି ଅବସରରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର ନୂଆଦିଲ୍ଲୀଠାରେ କର୍ଣ୍ଣାଟକ କଂଗ୍ରେସ ନେତାମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ମା’ ସୋନିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିବା ରାହୁଲ ଆମେରିକାରୁ ଫେରିବା ପରେ ଏହି ସାକ୍ଷାତ ଆଲୋଚନା ହୋଇଛି। ରାଜ୍ୟ ନେତୃମଣ୍ଡଳୀଙ୍କ ଦ୍ୱାରା ପ୍ରସ୍ତୁତ ଦଳୀୟ ମନ୍ତ୍ରୀ ତାଲିକା ରାହୁଲଙ୍କ ପାଇଁ ଅଟକି ଥିବାବେଳେ ଏହାକୁ ସେ ଅନୁମୋଦନ ଦେଇଛନ୍ତି। ଏଥିସହିତ ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନ କଂଗ୍ରେସ ଓ ଜେଡି(ଏସ୍‍) ମିଳିତ ଭାବେ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିବା ପରିପ୍ରେକ୍ଷୀରେ ମନ୍ତ୍ରିମଣ୍ଡଳର ରୂପରେଖ ନେଇ ରାହୁଲ ଆଲୋଚନା କରିବା ଓ ଏହାକୁ ଅନୁମୋଦନ କରିବା ବେଶ୍‍ ଗୁରୁତ୍ୱ ବହନ କରୁଛି। ରାହୁଲ ସରକାରର ସ୍ଥାୟିତ୍ୱ ଓ ସୁପରିଚାଳନା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଏହାଛଡ଼ା ସେ ଗତ ନିର୍ବାଚନର ସମୀକ୍ଷା ମଧ୍ୟ କରିଛନ୍ତି। ସୂଚନାନୁଯାୟୀ, କଂଗ୍ରେସ ଭାଗରେ ପଡ଼ିଥିବା ୨୨ ମନ୍ତ୍ରୀଙ୍କ ମଧ୍ୟରୁ ୧୫ଜଣ କ୍ୟାବିନେଟ୍‍ ପାହ୍ୟା ପାଇବେ।

Leave A Reply