ଆଜି କର୍ଣ୍ଣାଟକ ଭୋଟ ଗଣତି

0

ବେଙ୍ଗାଲୁରୁ  : କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ହେବ। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇ ଅପରାହ୍ଣ ସୁଦ୍ଧା ଚୂଡାନ୍ତ ଫଳ ମିଳିବାର ସମ୍ଭାବନା ରହିଛି। ଭୋଟ ଗଣତି ପାଇଁ ୪୦ଟି କେନ୍ଦ୍ର ଖୋଲାଯାଇଛି। ଭୋଟ ଗଣତିର ଏକଘଣ୍ଟା ମଧ୍ୟରେ ଟ୍ରେଣ୍ଡ ମିଳିଯିବ। ରାଜ୍ୟର ୨୨୨ଟି ଆସନ ପାଇଁ ମତଦାନ ହୋଇଛି। ତେଣୁ ସରକାର ଗଠନ ପାଇଁ ମ୍ୟାଜିକ ସଂଖ୍ୟା ୧୧୨ ରହିଛି। କଂଗ୍ରେସ ଓ ବିଜେପି ମଧ୍ୟରେ ଦ୍ୱିପାକ୍ଷିକ ଲଢେଇ ହୋଇଥିବାବେଳେ ଜେଡିଏସ୍‍ ଏଥିରେ କିଙ୍ଗ୍‍ ମେକର ଭୂମିକା ଗ୍ରହଣ କରିବ ବୋଲି ଏକଜିଟ୍‍ ପୋଲରୁ ଜଣାଯାଇଛି। ତେବେ ଭୋଟ ଗଣତି ପରେ ବାସ୍ତବ ଫଳ ଜଣାପଡିବ। କଂଗ୍ରେସ ଏବେ ରାଜ୍ୟରେ କ୍ଷମତାରେ ରହିଥିବାବେଳେ ଏହା କ୍ଷମତା ବଜାୟ ରଖିବାରେ ସଫଳ ହେବ ନା ବିଜେପି ପୁଣି କ୍ଷମତାକୁ ଫେରିବ ତାହା ଜାଣିବାକୁ ଉଭୟ ଦଳ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି।

Leave A Reply