ଇମ୍ରାନଙ୍କୁ ପ୍ରଶଂସା ପଡିଲା ମହଙ୍ଗା ; ପ୍ରଫେସରଙ୍କୁ ଆଣ୍ଠୁମାଡି କ୍ଷମା ମଗାଇଲା ଏବିଭିପି

0

ନୂଆଦିଲ୍ଲୀ : କର୍ଣ୍ଣାଟକ ସ୍ଥିତ ଏକ କଲେଜରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟମାନେ ଜଣେ ପ୍ରଫେସରଙ୍କୁ ଭାରତ ବିରୋଧୀ ମନ୍ତବ୍ୟ ପାଇଁ ସମସ୍ତଙ୍କ ସମ୍ମୁଖରେ ଆଣ୍ଠୁମାଡି କ୍ଷମା ମାଗାଇଛନ୍ତି। ସୂଚନା ଅନୁସାରେ ଏହି ଘଟଣା ବିଜୟପୁରା ସ୍ଥିତ ବଚନା ପିତାମହ ଡଃ ପିଜି ହଲାକଟି କଲେଜ ଅଫ୍‍ ଇଞ୍ଜିନିୟରିଂ ଏବଂ ଟେକନୋଲୋଜି କଲେଜରେ ହୋଇଛି। ଏହି ଘଟଣା ଘଟିଥିବା ସମୟରେ ଘଟଣା ସ୍ଥଳରେ ଏକ ପୁଲିସ କନେଷ୍ଟବଳ ଥିବା ମଧ୍ୟ ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଏ ନେଇ ଥ।ନାରେ କୌଣସି ଏତଲା ଦିଆଯାଇନାହିଁ।
ସୂଚନାଯୋଗ୍ୟ ଯେ ସିଭିଲ ଇଞ୍ଜିନିୟରିଂ ପ୍ରଫେସର ସନ୍ଦିପ ବଥର ସାମଜିକ ଗଣମାଧ୍ୟମ ଫେସବୁକରେ ଦୁଇଟି ପୋଷ୍ଟ କରିଛନ୍ତି। ନିଜର ପୋଷ୍ଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ପ୍ରଶଂସା କରିଛନ୍ତି। ଦେଶରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବା ପାଇଁ ମୋଦୀଙ୍କୁ ଦାୟୀ କରିଛନ୍ତି। ନିଜର ଅନ୍ୟ ଏକ ପୋଷ୍ଟରେ ସେ ଲେଖିଛନ୍ତି ଦେଶରେ ବିଜେପି ଭକ୍ତ ମାନେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଛନ୍ତି। ଯଦି ଯୁଦ୍ଧ ହୁଏ, ଯେଉଁ ଶତାଧିକ ଲୋକଙ୍କ ମୃତ୍ୟୁ ହେବ ତା ପାଇଁ ଆପଣ ମାନେ ଦାୟି ହେବେ ବୋଲି ସେ କହିଛନ୍ତି।
ଏହି ଘଟଣାକୁ ନେଇ ଏବିଭିପି ଓ ବିଜେପି କାର୍ଯ୍ୟକର୍ତ୍ତା ପ୍ରଫେସରଙ୍କ ଇସ୍ତଫା ଦାବି କରିଛନ୍ତି। ବିବାଦ ବଢିବା ଯୋଗୁଁ ପ୍ରଫେସର ନିଜର ଫେସବୁକ ପୋଷ୍ଟକୁ ଡିଲେଟ କରିଦେଇଛନ୍ତି। ଏ ସମ୍ପର୍କିତ ଏକ ଭିଡିଓରେ କିଛି ଲୋକ ପ୍ରଫେସରଙ୍କୁ ଆଣ୍ଠୁମାଡି କ୍ଷମା ମାଗିବାକୁ ବାଧ୍ୟ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। କଲେଜ ତରଫରୁ ଅଧ୍ୟାପକଙ୍କୁ କ୍ଷମା ପାର୍ଥନା କରିବାକୁ କୁହାଯାଇଥିଲା। ଯେତେବେଳେ ପ୍ରଫେସର କ୍ଷମା ପାର୍ଥନା କରିବାକୁ ଆସିଲେ ସେତେବେଳେ ତାଙ୍କୁ ଆଣ୍ଠୁମାଡି କ୍ଷମା ମାଗିବାକୁ ଏବିଭିପି କାର୍ଯ୍ୟକର୍ତ୍ତା କହିଥିଲେ। ଏହାସହ ଆଗକୁ ଏଭଳି ପୋଷ୍ଟ ନ କରିବାକୁ କହିଥିଲେ।

Leave A Reply