ସରକାରୀ ନିର୍ଦ୍ଦେଶକୁ ଫୁ-ବସିଲା ବରଗାଁ ହାଟ, ଆଦାୟ ହେଲା ଫାଇନ
କଣ୍ଟାମାଳ: କରୋନାର ଦ୍ୱତୀୟ ଲହରକୁ ନେଇ ରାଜ୍ୟ ସରକାର ସଟଡାଉନ ଘୋଷଣା ସହ ସାପ୍ତାହିକ ହାଟକୁ ବାତିଲ କରିଥିଲେ ହେଁ ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରି କଣ୍ଟାମାଳବ୍ଳକ ବରଗାଁ ସଦର ପଞ୍ଚାୟତ ମହକୁମାରେ ସାପ୍ତାହିକ ହାଟ ବସି ଆସୁଥିବା ବେଳେ ଆଜି ପ୍ରଶାସନ ଏହାକୁ ବନ୍ଦ କରିବା ସହ ଅମାନିଆ ବ୍ୟବସାୟୀଙ୍କ ଠାରୁ ଫାଇନ ଆଦାୟ କରିଥିବା ଜଣାଯାଇଛି। ପ୍ରତ୍ୟେକ ଗୁରୁବାର ଦିନ ବସୁଥିବା ବରଗାଁ ସାପ୍ତାହିକ ହାଟନେଇ ଅଭିଯୋଗ ପରେ ଆଜି କଣ୍ଟାମାଳ ତହସିଲଦାର ଅର୍ଜ୍ଜୁନ ପ୍ରଧାନ ଓ କଣ୍ଟାମାଳ ଥାନା ଆଇଆଇସି ଅଶ୍ୱିନୀକୁମାର ଭିତିରିଆ ହାଟ ଉପରେ ଚଢାଉ କରି ଅମାନିଆ ମାନଙ୍କୁ ତାଗିଦ କରିବା ସହ ବ୍ୟବସାୟୀ ମାନଙ୍କ ଠାରୁ ଜୋରିମାନା ଆଦାୟ କରିଥିଲେ। ହାଟ ଭିତରେ କୌଣସି ସାମଜିକ ଦୂରତ୍ୱ ରଖାଯାଇ ନଥିବା ବେଳେ ସଂଖ୍ୟାଧିକ ବ୍ୟକ୍ତିଙ୍କ ମୁହଁରେ ମାକ୍ସ ନଥିବା ଦେଖିବାକୁ ମିଳିଥିଲା।
ରାଜ୍ୟ ସରକାର ପଞ୍ଚାୟତ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ସରକାରୀ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ଚିଠି କରିଥିବା ବେଳେ ଖୋଦ୍ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ହାଟ ବସିଥିବା ଘଟଣାକୁ ନେଇ ବେଶ ଚର୍ଚ୍ଚା ଚାଲିଥିବା ବେଳେ ପ୍ରଶାସନ ସେଭଳି କୌଣସି ଠୋସ ପଦକ୍ଷେପ ଗ୍ରହଣ ନକରି ଜୋରିମାନା ବାବଦକୁ ମୋଟ ୪ ହଜାର ଛଅ ଶହ ଟଙ୍କା ଆଦାୟ କରି ନୀରବ ହୋଇ ଯାଇଥିବା ପ୍ରକାଶ।
Comments are closed.