www.samajalive.in
Friday, December 5, 2025
27.1 C
Bhubaneswar

ଗଣ୍ଡ ସମାଜ ପକ୍ଷରୁ କନ୍ତଲ ଇଷ୍ଟ ଦେବ ବୁଢାଦେଓଙ୍କ ବାର୍ଷିକ ଉତ୍ସବ

ରେଙ୍ଗାଲିକେମ : ବରଗଡ଼ଜିଲ୍ଲା ଅତାବିରା ବ୍ଲକ ଟାଙ୍ଗରପାଲି ପଞ୍ଚାୟତ କନ୍ତଲ ଗ୍ରାମରେ ଅଖିଳ ଭାରତୀୟ ଗଣ୍ଡ ସମାଜ ପକ୍ଷରୁ ସମାଜର ଇଷ୍ଟଦେବ ବୁଢ଼ାଦେଓ ଙ୍କ ବାର୍ଷିକ ଉତ୍ସବ ସହ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜନ୍ମ ଜୟନ୍ତୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବୁଢା ଦେଓଙ୍କ ପୂଜା ପାଇଁ ପାରମ୍ପରିକ ରୀତିନୀତି ଅନୁଯାୟୀ ଶତାଧିକ ମହିଳା ଭକ୍ତ ମାନଙ୍କ ଦ୍ୱାରା ଗାଁ ପୋଖରୀରୁ ଖଣ୍ଡା ଧୁଆ ଓ କଳସ ଆବାହନ କରାଯିବା ପରେ ପୂର୍ଣ୍ଣ କୁମ୍ଭ କଳସ ତଥା ଅସ୍ତ୍ରଶସ୍ତ୍ର ଧରି ହୁଳହୁଳିର ତାଳେ ତାଳେ ମାଙ୍ଗଳିକ ବାଦ୍ୟରେ ଗ୍ରାମ ପରିକ୍ରମା କରି ଇଷ୍ଟ ଦେବତାଙ୍କ ପୀଠରେ ପହଞ୍ଚିଥିଲା। ଏହାପରେ କନ୍ତଲ ସର୍କଲ ର ସଭାପତି ନରେଶ ଧରୁଆଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଭାଗୀରଥି ସିଂ ଉତ୍ସବରେ ଯୋଗଦେଇଥିବାବେଳେ ଜିଲ୍ଲା ମହା ସଚିବ ଧନେଶ୍ୱର ସିଂ,ଜିଲ୍ଲା କୋଷାଧ୍ୟକ୍ଷ ଚୁଡାମଣି ରାୟ,ରାଜ୍ ମିଡ଼ିଆରୁ ପଶ୍ଚିମ ଓଡିଶା ବ୍ୟୁରୋ ନବୀନ ଦାଶ,ସମାଜ ପ୍ରିଣ୍ଟ ମିଡ଼ିଆରୁ ଆକାଶ ମିଶ୍ର,ରାଜ୍ୟ ସଚିବ ସୌଦା ଗର କୁଅଁର,ଉପଦେଷ୍ଟା କମିଟି ମାଲିକ ମହାକୁର,ସିଆଲ ଖଣ୍ଡଥା ଅଶ୍ୱିନୀ ପୁଟା ଓ ବୁଗବୁଗା ର ସଂପାଦକ ରଞ୍ଜନ ମରପାଚି ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଗଣ୍ଡ ସମାଜର ବ୍ଲକ ସଭାପତି ରମାକାନ୍ତ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜାମପାଳି ସଭାପତି ସତ୍ୟବାନ ଭୁଏ ମଞ୍ଚ ପରିଚାଳନା କରିଥିଲେ। ସଭା ପୂର୍ବରୁ ସମାଜର ଏକ ପତାକା ଅତିଥି ମାନଙ୍କ ଦ୍ୱାରା ଉତ୍ତୋଳନ ପୂର୍ବକ ବୀର ପୁତ୍ର ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦ୍ବୀପ ପ୍ରଜ୍ବଳନ ପରେ ନିମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ,ଚନ୍ଦନ ଲେପନ ସହ ଉପଢୌକନ ପ୍ରଦାନ କରା ଯାଇଥିଲା। ପୂର୍ବ ପ୍ରଚଳିତ ପ୍ରଥା କୁ ଜୀବିତ ରଖିବା ତଥା ଯୁବ ଗଣ୍ଡ ସମାଜର ଉତ୍ତୋରତ୍ତର କାମନା କରି ବୁଢ଼ାଦେଓ ଙ୍କ ଠାରେ ପ୍ରାର୍ଥନା କରିଥିଲେ। ଉତ୍ସବରେ ସନ୍ତୋଷ ଧରୁଆ,ମହାଦେବ ଭୁଏ,ସନ୍ତଲାଲ ଭୁଏ,ଗଜିନ୍ଦ୍ର ଭୁଏ,ଡାକ୍ତର କୁମରା, ସୌଦାଗର ଭୁଏ ତଥା ସମାଜର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଯୁବକ ଯୁବତୀ ବୃଦ୍ଧବୃଦ୍ଧା ସକ୍ରିୟ ସହଯୋଗ କରିଥିବାବେଳେ ପଦ୍ମଲୋଚନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories