www.samajalive.in
Sunday, December 7, 2025
26.1 C
Bhubaneswar

ଚାଇଲ୍ଡ ଲାଇନ୍ ତରଫରୁ ମନୋସାମାଜିକ ସହାୟତା କାର୍ଯ୍ୟକ୍ରମ

ଗୋପାଳପୁର : ଆଇ ଏସ ଆର୍ ଡି ଓ ଚାଇଲ୍ଡ ଲାଇନ ବ୍ରହ୍ମପୁର ତରଫରୁ ଡୁରା ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ଶିଶୁମାନଙ୍କ ଉଦ୍ଦେଶ୍ୟରେ ମନୋସାମାଜିକ ସହାୟତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଚାଇଲ୍ଡ ଲାଇନର କେନ୍ଦ୍ର ସଂଯୋଜକ ସାଇ ପ୍ରସାଦ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରିୟଙ୍କା ବେହେରା ଅତିଥି ପରିଚୟପ୍ରଦାନ କରିଥିଲେ। ଡୁରା ପଞ୍ଚାୟତର ସରପଞ୍ଚ ପ୍ରତିନିଧି କେ. କ୍ରିଷ୍ଣା ରେଡ୍ଡୀ ପ୍ରଦୀପ ପ୍ରଜ୍ବଳନ କରିବା ସହ ସଭା କାର୍ୟ୍ୟର ଶୁଭାରମ୍ଭ କରିଥିଲେ।

ଚାଇଲ୍ଡ ଲାଇନର ସହନିର୍ଦ୍ଦେଶକ ପ୍ରଭୁ ପ୍ରସାଦ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରେଳବାଇ ଚାଇଲ୍ଡ ଲାଇନ ହେଲ୍ପ ଡେସ୍କର କେନ୍ଦ୍ର ସଂଯୋଜକ କଲ୍ୟାଣ କୁମାର ସିଂହ, ମୁଖ୍ୟ ବକ୍ତା ଥିଲେ ନିର୍ମାତାର ନିର୍ଦ୍ଦେଶକ ଗୋରାଚାନ୍ଦ ଭଟ୍ଟମିଶ୍ର, ଡୁରା ପଞ୍ଚାୟତ ନିର୍ବାହୀ ଅଧିକାରୀ ନିରଞ୍ଜନ ମହାରଣା, ସାମାଜସେବୀ ଜଗନ୍ନାଥ ରାଉଳ ପ୍ରମୁଖ ଉପସ୍ଥିତ ରହି ଶିଶୁଙ୍କୁ ସମସ୍ତ ପ୍ରକାର ହିଂସା, ବିପଦ ରୁ ସୁରକ୍ଷା ଦେବା, ବାଲ୍ୟ ବିବାହ ବନ୍ଦ କରିବା, ଲିଙ୍ଗ ଗତ ଓ ଜାତି ଗତ ଭେଦଭାବ ଦୂର କରିବା, ଶିଶୁଙ୍କୁ ସମ୍ପୂର୍ଣ୍ଣ ବିକଶିତ ହେବାପାଇଁ ସୁଯୋଗ ଦେବା ଉପରେ ଗୁରୁତ୍ୱାରୋପ ପ୍ରଦାନ କରିଥିଲେ। ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତର ୱାର୍ଡ ସଭ୍ୟ, ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ। ଚାଇଲ୍ଡ ଲାଇନର ସଭ୍ୟ ପ୍ରଣତି କୌର, ପ୍ରଭାତ କୁମାର ପାଢ଼ୀ, ରଞ୍ଜିତ କୁମାର ବେହେରା, ଶମ୍ଭୁ ପ୍ରସାଦ ପାତ୍ର ସଭା କାର୍ୟ୍ୟକୁ ପରିଚାଳନା କରିଥିଲେ। ସଭା ଶେଷରେ ଅଙ୍ଗନୱାଡ଼ି କର୍ମୀ ଲଳିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories