କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତର ରାଉତ ପରଡିଗୁଡା ଗ୍ରାମର ଇଲାପୁରମ ସତ୍ୟ(୫୪) କାଳିଆ ଦର୍ଶନ ପାଇଁ ଯାଇ ନିଖୋଜ ରହିଥିବା ପୁରୀ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଚଳିତ ମାସ ୭ତାରିଖ ସୋମବାର ଇଲାପୁରମ ସତ୍ୟ ବିଷମକଟକ ବ୍ଲକ ଢେପାଗୁଡା ଗ୍ରାମରେ ରହୁଥିବା ମାଆ ଗାଙ୍ଗାମା ଇଲାପୁରମ, ଭଉଣୀ ଲକ୍ଷ୍ମୀ ନାଉରୀ, ଜୁଇ ବୈରାଗୀ ନାଉରୀ ପିଲାଙ୍କୁ ସାଙ୍ଗରେ ଧରି ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଯାଇଥିଲେ। ସେମାନେ ଏକ ଘର ଭଡା ନେଇ ସ୍ନାନ ସାରି ଜଗା ଦର୍ଶନ କରି ପୁରୀର ସମସ୍ତ ମନ୍ଦିର, ପୋଖରୀ ଦର୍ଶନ କରି ଅପରାହ୍ନ ୩ଟା ବେଳେ ସ୍ୱର୍ଗଦ୍ୱାର ଦେଖିବା ପାଇଁ ଯାଇଥିଲେ। ସ୍ୱର୍ଗଦ୍ୱାର ଦେଖି ମୋହଦଧି ବା ସମୁଦ୍ର ବୁଲିବା ପାଇଁ ଯିବା କହିବା ବେଳକୁ ସତ୍ୟ ଇଲାପୁରମକୁ ପାଖରେ ନ ପାଇ ବହୁତ ଖୋଜାଖୋଜି କରିଥିଲେ ପରିବାର ଲୋକେ। ସତ୍ୟକୁ ନ ପାଇ ପୁରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ସେଠାରେ ପୁଲିସ ଅଧିକାରୀ ତୁମେ ଗାଁକୁ ଫେରିଯାଅ ସତ୍ୟ ମିଳିଲେ ଆମେ ସୂଚନା ଦେଲେ ଆସି ନେବ ବୋଲି କହିଥିବା କହିଛନ୍ତି। ସତ୍ୟ ପୁରୀରୁ କିଛି ମିଠା ଖଜା ଆଣିବ ବୋଲି ଖୁସି ହୋଇଥିବାବେଳେ ନିଖୋଜ ହୋଇଥିବା ସୂଚନା ମିଳିଛି। ଏପଟେ ନିଖୋଜ ସତ୍ୟଙ୍କ ପତ୍ନୀ ଅରାଲୁ ଇଲାପୁରମ ଓ ୩ଝିଅ, ଗୋଟିଏ ପୁଅ ରହିଛନ୍ତି। ଏହି ବ୍ୟକ୍ତି ଜଣକ ଯଦି କେଉଁଠାରେ ମିଳନ୍ତି ରାଜୁ ପାଲକା- ଫୋନ ନମ୍ବର ୮୯୮୪୩୪୮୦୧୩ରେ ଯୋଗାଯୋଗ କରିବାକୁ ପରିବାର ପକ୍ଷରୁ ଅନୁରୋଧ କରିଛନ୍ତି।
Popular Categories



