www.samajalive.in
Tuesday, December 9, 2025
15.1 C
Bhubaneswar

ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷା ଉପରେ ଆଲୋଚନା

କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମପଞ୍ଚାୟତର ଅଙ୍ଗନୱାଡ଼ି ‘ଖ’ କେନ୍ଦ୍ର ଚଟୁଅନକାଠାରେ ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷା ଉପରେ ଆଲୋଚନା ହୋଇଯାଇଛି। ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶ ଆଲୋଚକ ଭାବେ ଯୋଗଦେଇ ମାଆମାନେ କିଭଳି ଭାବରେ ଆଦ୍ୟ ଶୈଶବର ଯତ୍ନ ନେବେ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେବେ ତାରି ଉପରେ ଉପସ୍ଥିତ ମାଆମାନଙ୍କ ସହିତ ଆଲୋଚନା କରିଥିଲେ। ସେମାନେ କିଭଳି ସ୍ୱାସ୍ଥ୍ୟର ଯତ୍ନ ନେବେ ଏବଂ ଔଷଧ ଖାଇବା ଉପରେ ଗୁରୁତ୍ୱ ଦେବା ସହିତ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀମାନଙ୍କ ସହିତ ଯୋଗାଯୋଗ କରିବେ ସେଥି ପ୍ରତି ଧ୍ୟାନ ଦେବାକୁ କହିଥିଲେ। ସଭାରେ କିଶୋରୀ ବାଳିକାମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ସହିତ ନିୟମିତ ଔଷଧ ସେବନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଥିଲା। ଏହି ସଭାରେ ସମାଜସେବୀ ଥମିର ଛତ୍ରିଆ, ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ, ଆଶାକର୍ମୀ ସୂର୍ଯ୍ୟକାନ୍ତୀ ମାଝୀ, ଇନ୍ଦୁମତି ମାଝୀ, କୁମୁଦିନୀ ମାଝୀ ଆଦି ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories