ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ପ୍ରତିବାଦ କଣ୍ଟାବାଞ୍ଜିରେ ୧୨ଘଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହରରେ ନଗର କଂଗ୍ରେସ ତରଫରୁ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ପ୍ରତିବାଦ ରେ ୧୨ଘଣ୍ଟିଆ ବନ୍ଦ ପାଳନ  ଡାକରା ଦିଆ ଯାଇଥିଲା। ଆଜିଠାରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ଥିବାରୁ, ପରୀକ୍ଷା କେନ୍ଦ୍ରମାନଙ୍କୁ ଛାତ୍ରଛାତ୍ରୀମାନେ ସକାଳ ୭.୩୦ସମୟ ରେ ପ୍ରବେଶ କରିସାଇଥିଲେ। ବନ୍ଦରେ ଯାନ ବାହାନ, ଗାଡିମୋଟର ସ୍ୱାଭାବିକ ଚାଲୁ ଥିଲା। ଦୈନିକ ପରିବା ମାର୍କେଟ ଖୋଲା ଥିଲା।

prayash

ସହରର ବ୍ୟବସାୟ ପ୍ରତିଷ୍ଠାନ, ଅଧିକାଂଶ ସରକାରୀ କାର୍ୟ୍ୟାଳୟ, ବ୍ୟାଙ୍କକୁ କଂଗ୍ରେସ କର୍ମୀମାନେ ସ୍ଥାନୀୟ ଇନ୍ଦିରା ଛକ ନିକଟରୁ ପିକେଟିଙ୍ଗ କରିଵା ସହ ବାଇକ ରାଲିରେ ସହର ପରିକ୍ରମା କରି ବନ୍ଦ କରାଇଥିଲେ। ପରୀକ୍ଷା ଆରମ୍ଭ ହୋଇ ଥିବାରୁ ଛାତ୍ର ଛାତ୍ରୀ ଅଭିଭାବକ ମାନେ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନଥିବା ଦେଖା ଯାଇ ନଥିବା ବେଳେ, ଜରୁରୀ କାଳୀନ ସେବା ସ୍ୱାଭାବିକ ଥିଲା।

ମେନରୋଡ଼ କଂଗ୍ରେସ କାର୍ୟ୍ୟାଳୟରୁ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ତହସିଲ କାର୍ୟ୍ୟାଳୟ ରେ ପହଂଚିବିଧାୟକ ଙ୍କ ସୁରକ୍ଷା ଦାବିକରି,ବିଧାୟକ ହତ୍ୟା ଧମକପର୍ଦାଫାଶ କରି, ଦୋଷୀ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମହାମହିମ ରାଜ୍ୟପାଳ ଙ୍କୁ ସ୍ଥାନୀୟ ତହସିଲଦାର ରତନ ଲାଲ ମୁଣ୍ଡା ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ.ନଗରପାଳ ବରିୟାମ ସିଂ ସାଲୁଜା ଙ୍କ ନେତୃତ୍ୱ ରେ ଶୋଭଯାତ୍ରା ଓଦାବି ପତ୍ର ପ୍ରଦାନ ବେଳେ, ଉପାଧ୍ୟକ୍ଷା ମନୋରମା ରାଉତ, ତୁରେକେଲା ବ୍ଲକ ଅଧକ୍ଷ ପୂଜା ବେହେରା, ଜିଲ୍ଲା ପରିଷଦ ସଭ୍ୟ କୌଶିକ ମେହେର, ତୁରେକେଲା ବ୍ଲକ ସଭାପତି ବାଲକୃଷ୍ଣ ସେଲମା, ବଙ୍ଗୋମୁଣ୍ଡା ବ୍ଲକ ଅଧକ୍ଷ ଙ୍କ ନୋମିନି ଭୋଳା ବେହେରା, ଉପାଧ୍ୟାକ୍ଷ ନାରାୟଣ ଜୈନ, ଅମରେନ୍ଦ୍ର ତାଣ୍ଡି, ସେଜିସିଂ ସାଲୁଜା, ରାକେଶ ସେଠ,, ବବଲୁ ମହାନ୍ତି, କୁନା ଖାନ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ସାମିଲ ଥିଲେ.

Comments are closed.