କଣ୍ଟାବାଞ୍ଜିକୁ ରାଜସ୍ବ ଜିଲା ମାନ୍ୟତା ଦାବି, ୧୨ଘଣ୍ଟିଆ ବନ୍ଦ ପାଳନ
କଣ୍ଟାବାଞ୍ଜି: କଣ୍ଟାବାଞ୍ଜିକୁ ରାଜସ୍ବ ଜିଲା ମାନ୍ୟତା ଦାବି ନେଇ ଆଜି କଣ୍ଟାବାଞ୍ଜି ଜିଲା ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଆଜିର ଏହି ବନ୍ଦରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ବ୍ୟାଙ୍କ, ଡାକଘର, ସ୍କୁଲ କଲେଜ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା। ଏଠାରେ ଯାନବାହନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। କଣ୍ଟାବାଞ୍ଜିରେ ଲଗାତାର ୩ଦିନ ଧରି ବର୍ଷା ଲାଗି ରହିଥିବା ବେଳେ, ଆଜି ସକାଳୁ ଝିପି ଝିପି ବର୍ଷା ହେଉଥିଲେ ମଧ୍ୟ ସ୍ଥାନୀୟ ଇନ୍ଦିରା ଛକ ନିକଟରେ ଜିଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତାମାନେ ରାସ୍ତା ଉପରେ ଛତା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
କଣ୍ଟାବାଞ୍ଜି ଜିଲା ସଂଘର୍ଷ ସମିତି ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ତହସିଲଦାର ଅମୃତଲାଲ ବେହେରାଙ୍କୁ ପ୍ରଦାନ କରିଥିଲେ। ଆଜିର ଏହି ବନ୍ଦରେ ସହରର ୨୦ରୁ ଅଧିକ ସଂଗଠନ ସାମିଲ ହୋଇଥିଲେ।
Comments are closed.