www.samajalive.in
Sunday, December 7, 2025
26.1 C
Bhubaneswar

ଭାରସାମ୍ୟ ହରାଇ ଓଲଟିଲା ପିକ୍‍ଅପ ଭ୍ୟାନ ; ଜଣେ ମୃତ, ୬ଗୁରୁତର

କଂଟାବାଞ୍ଜି :  ଆଜି ଏକ ପିକଅପ ଭ୍ୟାନ ଯୋଗେ ୨୩ ଜଣ ଏକ ନିର୍ବନ୍ଧ କର୍ଯ୍ୟରେ ଯୋଗ ଦେବାପାଇଁ ଆସୁଥିବା ବେଳେ ବଙ୍ଗୋମୁଣ୍ଡାଥାନା ଅନ୍ତର୍ଗତ ଦନ୍ଦରା ଗ୍ରାମ ନିକଟ ଡଙ୍ଗରପଡା ରାସ୍ତା ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଅତ୍ୟନ୍ତ ଗୁରୁତର ଅବସ୍ଥାରେ କଂଟାବାଞ୍ଜି ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ଜଣାପଡିଛିି ।

ପ୍ରାପ୍ତ ସୂଚନା ଅନୁଯାୟୀ ଗୋଲାମୁଣ୍ଡା ଥାନା ତୁମୁରା ଗାଁର ଭୃଷବ ପରାଭୋଏଙ୍କ ପୁଅର ନିର୍ବନ୍ଧ କରିବା ପାଇଁ ଏକ ପିକଅପ ଭ୍ୟାନ ନଂ ସି.ଜି ୧୧ଏବି୧୦୮୩ ଯୋଗେ ସକାଳୁ ବାହାରି ଝିଅ ଘର ମୁରିବାହାଲ ଥାନା ବାହାଡୁକି ଯାଉଥିବା ବେଳେ ଅପରାହ୍ନ ପ୍ରାୟ ୩ ଟା ସମୟରେ ଏକ ବୁଲାଣି ରାସ୍ତାରେ ଦୃତଗତିରେ ଥିବା ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯେଉଁତିରେ ତୁମୁରା ଗ୍ରାମର ପଦ୍ମାବତି ପରାଭୋଏ ୫୫ ବର୍ଷ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ୬ ଜଣ ଜଗଦିସ ଲୁହାର(୪୦),ପୂର୍ଣ୍ଣ ଲୁହାର (୩୦),ଫଗୁନୁ ପରାଭୋଏ(୫୫),ଶମ୍ଭୁ ପରାଭୋଏ (୬୦),ଗଣେଶ ଲୁହାର(୬୦),ଅର୍ଜୁନ ପରାଭୋଏ(୫୪) ଏହି ସମସ୍ତଙ୍କ ଶରୀର ସାରା ଆଘାତ ଲାଗି ଅତ୍ୟନ୍ତ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଚିକି୍‍ତ୍ସିତ ହେଉଥିବା ଜଣାପଡିଛି ।

- Advertisement -

ଏହି ଭ୍ୟାନରେ ୫ ଜଣ ଛୋଟ ଛୁଆ ଥିବା ବେଳେ ୧୮ ଜଣ ମହିଳା ଓ ପୁରୁଷ ରହିଥିବା ବେଳେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବା ଜଣା ପଡିଛି। ଏମାନେ ସମସ୍ତେ ଧର୍ମଗଡଥାନା ଓ ଗୋଲାମୁଣ୍ଡା ଥାନା ଅଂଚଳର ବୋଲି ଜଣା ପଡିଛି। ଦୁର୍ଘଟଣା ପରେ ସମସ୍ତଙ୍କୁ ଫାୟାର ଷ୍ଟେସନ କର୍ମଚାରୀ ବଙ୍ଗୋମୁଣ୍ଡା ପୋଲିସ ଓ କଂଟାବାଞ୍ଜି ପୁଲିସ ମିଲିତ ଉଦ୍ୟମରେ ଉଦ୍ଧାର କରାଯାଇଥିଲା
ବଙ୍ଗୋମୁଣ୍ଡା ପୁଲିସ ଏକ ମାମଲା କେସ ନଂ୧୭୨ ରୁଜୁ କରି ତଦନ୍ତ ଚଲାଇଥିବା ବେଳେ କଂଟାବାଞ୍ଜି ପୁଲିସ ଆଇଆଇସି ସତ୍ୟଜିତ୍‍ କନ୍ଦନକେଲ। ଏସ୍‍ଆଇ ହିରା ଖାଲକୋ ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିଥିବା ବେଳେ ବଙ୍ଗୋମୁଣ୍ଡା ଥାନା ଏସଆଇ ଜଗଦିସ ମହାନନ୍ଦ ଏହାର ତଦନ୍ତ କରୁଛନ୍ତି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories