ଗୋକୁଳାଷ୍ଟମୀ ଯାତ୍ରା ପାଇଁ ସରିଲା କଂସ ବରଣ

ବିନିକା- ଡ଼ିସେମ୍ବର ୨୦ତାରିଖରୁ ଫୁଲମୁଠୀରେ ହେବାକୁ ଥିବା ପବିତ୍ର ଗୋକୁଳାଷ୍ଟମୀ ଯାତ୍ରା ପାଇଁ ଜଣାଶୁଣା ବିଶିଷ୍ଟ କଳାକାର ଗୋପାଳ ଚନ୍ଦ୍ର ପଣ୍ଡାଙ୍କୁ କଂସ ବରଣ କରା ଯାଇଛି। ଏହି ପରିପ୍ରେକ୍ଷୀରେ ଗ୍ରାମବାସୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଇଷ୍ଟଦେବୀ ମାଁ ମାହେଶ୍ୱରୀ ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ କଂସ ବରଣ ପାଇଁ ଅନ୍ତର୍ଡା ଗ୍ରାମକୁ ଯାଇଥିଲେ। ସେଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ କଂସ ବରଣ କରିଥିଲେ।

ଯାତ୍ରା ଚଳିତ ମାସ ୨୦ ତାରିଖରୁ ରୁ ଆରମ୍ଭ ହେବାକୁ ଥିବା ବେଳେ ୨୪ରେ ସମାପନ ହେବ। ଏହାକୁ ଦୃଷ୍ଟିରେ ରଖି ଗ୍ରାମବାସୀ ମହଲରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଅନେକ ବଛା ବଛା କଳାକାର ମାନଙ୍କୁ ଯାତ୍ରା ମଞ୍ଚକୁ ଆଣି ତାଙ୍କର ଅଭିନୟ କରିବାକୁ କମିଟି ପକ୍ଷରୁ ନିଷ୍ପତ୍ତି ନିଆ ଯାଇଛି।

Comments are closed.