www.samajalive.in
Sunday, December 7, 2025
26.1 C
Bhubaneswar

ଅସହାୟଙ୍କ ପାଖରେ ପହଞ୍ଚିଲା ଟିମ୍‍ ହ୍ୟୁମାନିଟି

ଫୁଲବାଣୀ : ରୋଜଗାର ପାଇଁ ଯାଇ ଗତ ୬ ବର୍ଷ ତଳେ ୨ ହାତ ହରାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ସଂସ୍ଥାରେ କାମ କରୁଥିଲେ ଉକ୍ତ ମାଲିକଙ୍କୁ ଦୁଃଖ ଜଣାଇଲେ ମଧ୍ୟ ସେ ଫୋନ୍‍ ଉଠାଉ ନାହାନ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚାୟତର ଡାଗରପଦର ଗ୍ରାମର ସୋମେଶ କହଁରଙ୍କଠାରେ। ଦୁର୍ଘଟଣାରେ ହାତ ହରାଇଥିବା ଯୁବକଙ୍କ ପରିବାର ପୋଷଣ ଚିନ୍ତା ସଂପର୍କରେ ଏକ ଖବର ପ୍ରକାଶିତ ହେବା ପରେ ଏହାକୁ ଗୁରୁତ୍ୱର ସହିତ ଗ୍ରହଣ କରିଛି କନ୍ଧମାଳ ଟିମ୍‍ ହ୍ୟୁମାନିଟ୍‍ ସ୍ୱେଚ୍ଛାସେବୀ ସଂଗଠନ।ଖବର ପ୍ରକାଶିତ ପରେ ଆଜି ଉକ୍ତ ଗ୍ରାମରେ ପହଞ୍ଚିଥିଲେ ଟିମ୍‍ ର ସଦସ୍ୟମାନେ। ସେଠାରେ ସୋମେଶ ଯେଉଁ ସୂଚନା ଦେଇଥିଲା ତାହା ଥିଲା ମଧ୍ୟ ଅତ୍ୟନ୍ତ ହୃଦୟ ବିତାରକ। ଦୀର୍ଘ ୫ ମାସ କାଳ ଏ ଡ଼ାକ୍ତରଖାନାରୁ ସେ ଡ଼ାକ୍ତରଖାନରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ ମଧ୍ୟ ତାହାର ୨ ହାତ କାଟି ଦିଆଯାଇଛି। ଗୋଟିଏ ଗୋଡ଼ ମଧ୍ୟ ଠିକ୍‍ ଭାବେ କାମ କରୁନାହିଁ। ବାପା-ମାଆ ବୃଦ୍ଧ। ନିଜ ଭାଇମାନଙ୍କ ସହାୟତରେ ସେ ଜୀବନ ବିତାଉଛନ୍ତି। ସାନଭାଇ ପାଇଁ ବଡଭଉଣୀ ମଧ୍ୟ ବିବାହ ହୋଇ ନାହାନ୍ତି ଭାଇର ସେବା କରିବା ପାଇଁ। ସେ ବ୍ରହ୍ମପୁରରେ ଏକ ବୋରିଂ କମ୍ପାନି ଗାଡ଼ିରେ କାମ କରୁଥିବାବେଳେ ତାଙ୍କର ଏଭଳି ଅବସ୍ଥା ଘଟିଥିବା ନେଇ ମଧ୍ୟ କାନ୍ଦି କାନ୍ଦି ପ୍ରକାଶ କରିଥିଲେ। ଚିକିତ୍ସା ହେଲେ କିନ୍ତୁ ତାଙ୍କ ପାଖରେ ଚିକିତ୍ସାହେବାର କୌଣସି ପ୍ରକାର କାଗଜ ପତ୍ର ନାହିଁ। ବାରମ୍ବାର ଅନୁରୋଧ ପରେ ମିଳିଛି କେବଳ ବିକଳାଙ୍ଗ ଭତ୍ତା ବାବଦକୁ ୫୦୦ ଟଙ୍କା। ବୋରିଂ କମ୍ପାନିର ମାଲିକ କେବଳ ଚିକିତ୍ସା କରିଛନ୍ତି କିନ୍ତୁ ପରବର୍ତ୍ତି ସମୟରେ ଚଳିବା ପାଇଁ ଯେଉଁ ଆର୍ଥିକ ସହାୟତା ଦେବେ ବୋଲି ପ୍ରତିଶୃତି ଦେଇଥିଲେ ତାହା ୫ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଲାଣି କିନ୍ତୁ ପୁରଣ କରିନାହାନ୍ତି। ବ୍ରହ୍ମପୁର ଡ଼ାକରା ପାଇଁ ଖଣ୍ଡିଆ ହାତରେ ବଡ଼ଭାଇ ସହିତ ମିଶି ଅନେକ ଥରଯାଇଛନ୍ତି କିନ୍ତୁ କେବେ ମଧ୍ୟ ଭେଟିବାକୁ ସଫଳ ହୋଇ ନାହାନ୍ତି ବୋଲି କହିଛନ୍ତି ସୋମେଶ।

ବର୍ତ୍ତମାନ ମୁଣ୍ଡଗୁଞ୍ଜିବାକୁ ମଧ୍ୟ ଭଲ ଘର ଖଣ୍ଡିଏ ନାହିଁ। ଅନ୍ୟର ଭରସାରେ ଚଳୁଥିବା ବିକଳାଙ୍କ ସୋମେଶ ନିଜେ ଆତ୍ମନିର୍ଭର ଶୀଳ ପାଇଁ ଇଛା କରିଥିଲେ ମଧ୍ୟ ଅର୍ଥ ସାଜିଛି ତାଙ୍କ ପାଇଁ ବାଧକ। ଏଭଳି ସ୍ଥଳେ ଏହି ଖବର ଜାଣିବ ପରେ ଉକ୍ତ ଗ୍ରାମରେ ପହଞ୍ଚିଥିଲା ଟିମ୍‍ ହ୍ୟୁମାନିଟିର ସଦସ୍ୟମାନେ। ନିଜ ପକ୍ଷରୁ ଯାହା ସମ୍ଭବ ସୋମେଶକୁ ବଢାଇଛନ୍ତି ସହଯୋଗାର ହାତ। ପ୍ରଥମ ପର୍ଯ୍ୟାୟରେ ଟିମ୍‍ ର ସଦସ୍ୟମାନେ କିଛି ଆର୍ଥକ ସହାୟତା ପ୍ରଦାନ କରିଥିବାବେଳେ ଆଜି ଟିମ୍‍ ର ସଦସ୍ୟ ସଞ୍ଜୟ କୁମାର ଦିଗାଳ, ଅଜିତ କୁମାର ସାହୁ, ମିଥୁନ ମହାରଣା ପ୍ରମୁଖ ଅସହାୟ ସୋମେଶଙ୍କ ଘରେ ପହଞ୍ଚି ରାସନ ସାମଗ୍ରୀ ସହିତ ପୋଷାକ ଓ ଅନ୍ୟ କେତେକ ସାମଗ୍ରୀ ପ୍ରଦାନ କରିଛନ୍ତି। ତେବେ ସୋମେଶଙ୍କ ସମସ୍ୟା ସମ୍ପର୍କରେ ଟିମ୍‍ ପକ୍ଷରୁ ବ୍ଳକ ପ୍ରଶାସନ ଓ ଜିଲା ପ୍ରଶାସନକୁ ଅବଗତ କରାଯାଇ ପଦକ୍ଷେପ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ। ଏଥିସହିତ ଖବର ପ୍ରସାରଣ ପରେ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ ପକ୍ଷରୁ ମଧ୍ୟ ସୋମେଶଙ୍କ ପରିବାରକୁ ଏକ ରିଲିଫ୍‍ ପ୍ୟାକେଟ୍‍ ପ୍ରଦାନ କରାଯାଇଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories