www.samajalive.in
Monday, December 8, 2025
16.1 C
Bhubaneswar

 ପ୍ରଥମାଷ୍ଟମୀରେ ଚହଟିବ କନ୍ଧମାଳ ହଳଦୀ ପତ୍ର ବାସ୍ନା

ଫୁଲବାଣୀ : ମଙ୍ଗଳବାର ହେଉଛି ପ୍ରଥମାଷ୍ଟାମି । ଏହି ପ୍ରଥମାଷ୍ଟାମି ପାଇଁ କନ୍ଧମାଳ ଜିଲାର ହଳଦୀ ପତ୍ର ବେଶ୍‌ ଚାହିଦା ରହିଛି । ଇତି ମଧ୍ୟରେ ଜିଲାର ଯେଉଁ ସବୁ ଅଞ୍ଚଳରେ ହଳଦୀ ଚାଷ ହେଉଛି ସେହି ସବୁ ଅଞ୍ଚଳର ଗାଡ଼ି ଗାଡ଼ି ହଳଦୀ ପତ୍ର ରାଜ୍ୟର କଟକ , ଭୁବନେଶ୍ୱର , ବ୍ରହ୍ମପୁର  ,  ବାଲେଶ୍ୱର , ଭଦ୍ରକ ଭଳି ଉପକୁଳ ସହର ଓ ରାଜ୍ୟର ଅନେକ  ଅଞ୍ଚଳକୁ ବ୍ୟବସାୟୀ ମାନେ ବୋହି ନେଇଛନ୍ତି । ରାଜ୍ୟର ଅନେକ ଅଞ୍ଚଳରେ ଏହି ପ୍ରଥମାଷ୍ଟମି ଅବସରରେ ଚହଟିବ କନ୍ଧମାଳ ହଳଦୀ ପତ୍ର ବାସ୍ନା । ପ୍ରଥମାଷ୍ଟମିରେ ପ୍ରତି ଓଡ଼ିଆଙ୍କ ଘରେ ଘରେ ହୋଇଥାଏ ଏଣ୍ଡୁରିପିଠା । ଏହି ପିଠାକୁ ପୂଜା କରିଥାନ୍ତି ।

ଏହି ପିଠାପାଇଁ ଆବଶ୍ୟକ ପଡ଼ିଥାଏ ହଳଦୀ ପତ୍ର । ହଳଦୀ ପତ୍ରରେ ତିଆରି ଏଣ୍ଡୁରି ପିଠାର ସ୍ୱାଦ କିଛି ନିଆରା । ହଳାଦୀରେ ଯେଭଳି ଭାବେ ଔଷଧିୟ ଗୁଣ ଭରି ହୋଇ ରହିଛି ଠିକ୍‌ ସେହିଭଳି ହଳଦୀ ପତ୍ରରେ ମଧ୍ୟ ରହିଛି ଅନେକ ଔଷଧିୟ ଗୁଣ । ଏହି ପତ୍ରକୁ ବହୁ ବ୍ୟବସାୟୀ ଜିଲାର ବିଭିନ୍ନ ଅଞ୍ଚଳରୁ କ୍ରୟ କରି କଟକ ବାଲିଯାତ୍ରାରେ ମଧ୍ୟ ବିକ୍ରି କରିବାପାଇଁ ନେଇଥିବାର ପ୍ରକାଶ କରିଛନ୍ତି । ଏହି ହଦଳୀପତ୍ର ଯୋଗୁଁ ବ୍ୟବସାୟ ସମେତ ଚାଷୀମାନେ କିଛି କିଛି ଟଙ୍କା ମଧ୍ୟ ରୋଜଗାର କରିବା ସମ୍ଭବ ହୋଇପାରିଛି ବୋଲି ଅନେକ ଚାଷୀ ପ୍ରକାଶ କରିଛନ୍ତି ।  କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରେ ୧୦ ଗୋଟି ହଳଦୀ ପତ୍ର ବିଡ଼ାକୁ ଚାଷୀମାନେ ପ୍ରାୟ ୨ ରୁ ୪ ଟଙ୍କାରେ ବିକ୍ରି କରୁଥିବା ବେଳେ ଏହି ପାରିଶ୍ରମିକ ବାବଦକୁ ୨୦୦ ରୁ ୩୦୦ ଟଙ୍କା ଲେଖାଏଁ ରୋଜଗାର କରିପାରିଛନ୍ତି ବୋଲି ଅନେକ ଚାଷୀ ମାନେ ମଧ୍ୟ ପ୍ରକାଶ କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories