ଅବକାରି ବିଭାଗର ଚଢାଉ, ୩ ଗିରଫ

କାମାକ୍ଷାନଗର: କାମାକ୍ଷାନଗର ଅବକାରି ବିଭାଗ, ଜିଲା ମୋବାଇଲ ସ୍କ୍ବାଡ ଓ କାମାକ୍ଷାନଗର ପୁଲିସର ମିଳିତ ଚଢାଉରେ କଙ୍ଗେଇଲ ଏବଂ ଜଗନ୍ନାଥପୁର ଗ୍ରାମରୁ ବିପୁଳ ପରିମାଣର ବିଦେଶି ମଦ ଜବତ କରାଯାଇଛି। ଏହା ସହ ୩ଜଣଙ୍କ ଗିରଫ କରାଯାଇଛି।

ଦୀର୍ଘଦିନ ହେବ ଗ୍ରାମରେ ବେଆଇନ ଭାବରେ ବିଦେଶି ମଦ ବିକ୍ରି କରାଯାଉଥିବା ଅଭିଯୋଗ ହେଉଥିଲା। ଆଜି ବିଶେଷ ସୁତ୍ରରୁ ଖବରପାଇ ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠି ଓ ଜିଲା ଅବକାରି ଅଧିକାରିଙ୍କ ନିର୍ଦେଶ କ୍ରମେ ଏହି ଚଢାଉ କରାଯାଇଥିଲା। ଏଥିରେ ୨୦ ପେଟିରୁ ଅଧିକ ବିଦେଶୀ ମଦ ଜବତ କରାଯାଇଛି। ବିଦେଶୀ ମଦ ଚୋରା କାରବାରରେ କଙ୍ଗେଇଲୋ ଗ୍ରାମର ବିକ୍ରମ ସାମଲ ଓ ପ୍ରିୟବ୍ରତ ଖୁଣ୍ଟିଆକୁ ଗିରଫ କରିବା ସହିତ ଜଗନ୍ନାଥପୁରର ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ଚଢାଉରେ ଢେଙ୍କାନଳ ମୋବାଇଲ ସ୍କ୍ବାର୍ଡ, ଭୁବନ କାମାକ୍ଷାନଗର ଅବକାରି ଓ କାମାକ୍ଷାନଗର ପୁଲିସର ମିଳିତରେ ଏହି ଚଢାଉ ହୋଇଥିଲା।

Comments are closed.