www.samajalive.in
Saturday, December 6, 2025
16.1 C
Bhubaneswar

କାମଦା ଏକାଦଶୀ: ପ୍ରଭୁଙ୍କୁ କେଉଁ ଭୋଗ ଅର୍ପଣ କଲେ ଦୂର ହେବ ଟଙ୍କା ଅଭାବ, ଜୀବନରେ ହେବ ଖୁସିର ଆଗମନ..

ଏକାଦଶୀ ତିଥିର ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ୱ ରହିଛି। ପ୍ରତ୍ୟେକ ବର୍ଷ ଚୈତ୍ର ମାସର ଶୁକ୍ଳପକ୍ଷର ଏକାଦଶୀ ତିଥିରେ କାମଦା ଏକାଦଶୀ ବ୍ରତ ପାଳନ କରାଯାଏ। ଚଳିତ ବର୍ଷ ଏହି ତିଥି ୧୯ ଏପ୍ରିଲରେ। ଏହି ଦିନ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ସହ ବ୍ରତ ପାଳନ କରିବାର ନିୟମ ରହିଛି। ମାନ୍ୟତା ଅନୁସାରେ ଏପରି କରିବା ଦ୍ୱାରା ଜୀବନରେ ଖୁସିର ଆଗମନ ହୋଇଥାଏ। ଏହି ଦିନ ପୂଜା କରିବା ପରେ ଭଗବାନଙ୍କ ନିକଟରେ କିଛି ସ୍ୱତନ୍ତ୍ର ଜିନିଷର ଭୋଗ ଅର୍ପଣ କରାଯାଏ। ଏପରି କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ଓ ପୂଜା ସମ୍ପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ। ଜାଣନ୍ତୁ ପ୍ରଭୁଙ୍କୁ କେଉଁ ଭୋଗ ଅର୍ପଣ କରିବେ..

ଭଗବାନ ବିଷ୍ଣୁଙ୍କୁ କଦଳୀ ଖୁବ୍ ପ୍ରିୟ। ତେଣୁ ପୂଜା ସମୟରେ ପ୍ରଭୁଙ୍କ ନିକଟରେ କଦଳୀ ନିଶ୍ଚୟ ଭୋଗ କରନ୍ତୁ। ମାନ୍ୟତା ଅନୁସାରେ ଭୋଗରେ କଦଳୀ ସାମିଲ କଲେ, ଧନ ଜନିତ ସମସ୍ୟା ଦୂର ହୋଇଥାଏ। ଏହାସହ ଜାତକରେ ଗୁରୁ ଗ୍ରହ ଦୋଷର ପ୍ରଭାବ ଶେଷ ହୋଇଥାଏ।

ବାସ୍ ଏହି ଗୋଟିଏ ଜିନିଷ ଦାନ କଲେ ; ଦୂର ହେବ ଶନି ଦଶା, ରାହୁ-କେତୁ ପ୍ରକୋପ..

- Advertisement -

ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପଞ୍ଚାମୃତ ନିଶ୍ଚୟ ଅର୍ପଣ କରନ୍ତୁ। ଭୋଗରେ ତୁଳସୀ ଦଳ ନିଶ୍ଚୟ ସାମିଲ କରନ୍ତୁ। ତୁଳସୀଙ୍କ ବିନା ପ୍ରଭୁ ପୂଜା ଓ ଭୋଗ ସ୍ୱୀକାର କରନ୍ତି ନାହିଁ ବୋଲି ମାନ୍ୟତା ରହିଛି।

ଏହାସହ ଭୋଗରେ ସାବୁଦାନା କ୍ଷୀରି ଓ ମିଠାକୁ ନିଶ୍ଚୟ ସାମିଲ କରନ୍ତୁ। ମାନ୍ୟତା ଅନୁସାରେ ଏହି ଭୋଗକୁ ଅର୍ପଣ କରିବା ଦ୍ୱାରା ଭଗବାନ ଖୁବ୍ ପ୍ରସନ୍ନ ହୋଇଥାଆନ୍ତି।

ଭୋଗ ଅର୍ପଣ ସମୟରେ ମନ୍ତ୍ର ଉଚ୍ଚାରଣ କରନ୍ତୁ।

ହ୍ୱାଟ୍ସଆପ୍ ଆଣିଲା ବଡ ଅପଡେଟ୍ ; ଏସବୁ ବଦଳିବ,ଯୋଡି ହେଲା ନୂଆ ଦମଦାର୍ ଫିଚର୍..

ଜାଣନ୍ତୁ ଶୁଭ ମୁହୂର୍ତ୍ତ..
ହିନ୍ଦୁ ପଞ୍ଜିକା ଅନୁସାରେ ଚୈତ୍ର ମାସର ଶୁକ୍ଳପକ୍ଷର ଏକାଦଶୀ ତିଥିର ଶୁଭାରମ୍ଭ ୧୮ ଏପ୍ରିଲ ୨୦୨୪ ସନ୍ଧ୍ୟା ୫ଟା ୩୧ ମିନିଟରେ ହେବ। ଏହା ଏପ୍ରିଲ ୧୯ ରାତି ୮ଟା ୪ ମିନିଟରେ ଶେଷ ହେବ। ତେଣୁ ଏହି ଏକାଦଶୀ ବ୍ରତ ଏପ୍ରିଲ ୧୯ରେ ପାଳନ ହେବ।

ଘରେ ରଖନ୍ତୁ ୩ଟି ଜିନିଷ : ଚୁମ୍ବକ ଭଳି ଟାଣି ହୋଇ ଆସେ ଟଙ୍କା, ଦୂର ହୁଏ ବାସ୍ତୁ ଦୋଷ..

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories