www.samajalive.in
Saturday, December 6, 2025
15.1 C
Bhubaneswar

ଫୁଲବାଣୀ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା, ନୋଟିସ ଜାରି କଲେ ଜିଲାପାଳ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି କାଉନସିଲର। ଏହା ଉପରେ ଆଲୋଚନା ଏବଂ ମତଗ୍ରହଣ ପାଇଁ ନୋଟିସ ଜାରି କରିଛନ୍ତି କନ୍ଧମାଳ ଜିଲାପାଳ।
ସୂଚନା ଅନୁସାରେ, ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ବିରୋଧରେ ଅନାସ୍ଥା ପାଇଁ ମ୍ୟୁନିସିପାଲିଟିର ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ୧୧ ଜଣ କାଉନସିଲର ଅନାସ୍ଥା ପାଇଁ ଆବେଦନ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ନିଜେ ପୌରାଧ୍ୟକ୍ଷା ବିଜେପି ଦଳର ହୋଇଥିବା ବେଳେ ଅନାସ୍ଥା ଆଣିଥିବା ୧୧ ଜଣଙ୍କ ମଧ୍ୟରେ ୨ ଜଣ ବିଜେପି କାଉନସିଲର ଅଛନ୍ତି। ଆବେଦନର ଅନୁଧ୍ୟାନ କରି ଜିଲାପାଳ ପୌର ପରିଷଦ ଆଇନର ଧାରା ୫୪(୨) ଅନୁସାରେ ଆସନ୍ତା ୨୩ ତାରିଖ ଦିନ ଏହା ଉପରେ ଆଲୋଚନା ଏବଂ ଆବଶ୍ୟକ ସ୍ଥଳେ ମତଦାନ ପାଇଁ ଚିଠି ନଂ ୬୭୪/୧୫-୪-୨୪ କ୍ରମେ ନୋଟିସ ଜାରି କରିଛନ୍ତି। ସ୍ମିତାରାଣୀ ଗତ ପୌର ନିର୍ବାଚନରେ ବିଜେପି ପକ୍ଷରୁ ନିର୍ବାଚନ ଲଢି ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ଗତ କିଛି ଦିନ ଧରି ତାଙ୍କ ବିରୋଧରେ କାଉନସିଲର ମାନଙ୍କ ଅସନ୍ତୋଷ କୁହୁଳୁ ଥିବା ବେଳେ ଏବେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି। ସୂଚନାଯୋଗ୍ୟ ଏବେ ୧୩ ଜଣିଆ କାଉନସିଲରେ ବିଜେଡିର ୭ ଜଣ କାଉନସିଲ ଥିବା ବେଳେ ବିଜେପିର ୪ ଓ ଦୁଇ ଜଣ ସ୍ବାଧୀନ କାଉନସିଲର ଅଛନ୍ତି। ଏହି ଘଟଣା ସମଗ୍ର ଫୁଲବାଣୀରେ ଆଲୋଚନାର ବିଷୟ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories