ହ୍ୱାଟ୍ସଆପ୍ ଆଣିଲା ବଡ ଅପଡେଟ୍ ; ଏସବୁ ବଦଳିବ,ଯୋଡି ହେଲା ନୂଆ ଦମଦାର୍ ଫିଚର୍..

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍ ଆଣିଛି ଏକ ନୂଆ ଦମଦାର୍ ଫିଚର୍। ଯାହା ଉପଭୋକ୍ତାଙ୍କ ପାଇଁ ଖୁବ୍ ଖାସ୍। ଏହି ଫିଚର୍ ଦ୍ୱାରା ସଭିଏଁ ନିଜ ଚାଟ୍ କୁ ଫିଲ୍ଟର କରି ପାରିବେ। ମାର୍କ ଜୁକରବର୍ଗ ନିଜେ ଏହି ଫିଚର୍ ବିଷୟରେ ହ୍ୱାଟ୍ସଆପ୍ ଚ୍ୟାନେଲ୍ ଜରିଆରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ହ୍ୱାଟ୍ସଆପ୍ ରେ ଆପଣଙ୍କୁ ୩ ପ୍ରକାରର ଫିଲ୍ଟର ମିଳିବ। ଜାଣନ୍ତୁ ଏହି ଫିଚର୍ ବିଷୟରେ..

ହ୍ୱାଟ୍ସଆପ୍ ଉପଭୋକ୍ତାଙ୍କ ପାଇଁ ଲଗାତାର ନୂଆ ନୂଆ ଫିଚର୍ ଆଣୁଛି। କମ୍ପାନୀ କିଛି ଦିନ ପୂର୍ବରୁ ଆଣ୍ଡରଏଡ୍ ବ୍ୟବହାରକାରୀଙ୍କ ପାଇଁ ୟୁଆଇକୁ ପୁନଃ ଡିଜାଇନ୍ କରିଛି। ଗତ କିିଛି ଦିନ ମଧ୍ୟରେ ହ୍ୱାଟ୍ସଆପ୍ ରେ ନୂଆ ସର୍ଚ୍ଚବାର୍ ଓ ମେଟା ଏଆଇର ଫିଚର୍ ମଧ୍ୟ ଆସିଛି। ମାତ୍ର ମେଟା ଏଆଇର ଫିଚର୍ ଏପର୍ଯ୍ୟନ୍ତ ସମସ୍ତ  ବ୍ୟବହାରକାରୀଙ୍କୁ ମିଳି ନାହିଁ।

ଘରେ ରଖନ୍ତୁ ୩ଟି ଜିନିଷ : ଚୁମ୍ବକ ଭଳି ଟାଣି ହୋଇ ଆସେ ଟଙ୍କା, ଦୂର ହୁଏ ବାସ୍ତୁ ଦୋଷ..

ମାତ୍ର ହ୍ୱାଟ୍ସଆପ୍ ଏବେ ଆଉ ଏକ ନୂଆ ଫିଚର୍ ସହ ଯୋଡି ହୋଇଛି। ଏହି ଫିଚର୍ ଚାଟ୍ ଫିଲ୍ଟର। ମେଟାର ଇନଷ୍ଟାଣ୍ଟ ମେସେଜିଙ୍ଗ୍ ପ୍ଲାଟଫର୍ମ ଏକ ପୋଷ୍ଟ ଜାରି କରି ଏହି ଫିଚର୍ ବିଷୟରେ ସୂଚନା ଦେଇଛି।

ଜାଣନ୍ତୁ କ’ଣ ଏହି ହ୍ୱାଟ୍ସଆପ୍ ଚାଟ୍ ଫିଲ୍ଟର..
ମେଟା ସିଇଓ ମାର୍କ ଜୁକରବର୍ଗ ଚାଟ୍ ଫିଲ୍ଟରକୁ ଲଞ୍ଚ କରି ଏହା ବିଷୟରେ ସୂଚନା ଦେଇଛନ୍ତି। ଏହି ଫିଚର୍ ପରେ ସହଜରେ ଅନେକ ମେସେଜକୁ ଫିଲ୍ଟର କରି ପାରିବେ। ଏହି ଫିଚର୍ କାରଣରୁ ଯେକୌଣସି ଚାଟ୍ କୁ ଖୁବ୍ କମ୍ ସମୟ ମଧ୍ୟରେ ଖୋଲି ହେବ। କମ୍ପାନୀ ଆପଣଙ୍କୁ ଭିନ୍ନ ଭିନ୍ନ ଚାଟ୍ କୁ ଫିଲ୍ଟର କରିବା ପାଇଁ ଚୟନ କରିବାକୁ ଦେବ।

ବାସ୍ ଏହି ଗୋଟିଏ ଜିନିଷ ଦାନ କଲେ ; ଦୂର ହେବ ଶନି ଦଶା, ରାହୁ-କେତୁ ପ୍ରକୋପ..

ଏହି ଫିଚର୍ କୁ ଆଣିବାର କାରଣ, ଉପଭୋକ୍ତାଙ୍କ ପାଇଁ ଭିନ୍ନ ଭିନ୍ନ ହ୍ୱାଟ୍ସଆପ୍ ଚାଟ୍ ସହଜ ହେବ। ଏପର୍ଯ୍ୟନ୍ତ ଆପଣଙ୍କୁ ଯେକୌଣସି ହ୍ୱାଟ୍ସଆପ୍ ଗ୍ରୁପ୍ ଓ ଅନରିଡ୍ ମେସେଜ ପାଇଁ ଇନବକ୍ସରେ ଚାଟ୍ କୁ ସ୍କ୍ରୋଲ୍ କରିବାକୁ ପଡିଥାଏ। ମାତ୍ର ବର୍ତ୍ତମାନ ଏଥିପାଇଁ ଆପଣଙ୍କୁ ଫିଲ୍ଟର ମିଳିବ। ଯେଉଁଥିରେ ଗୋଟିଏ ସ୍ଥାନରେ ଗ୍ରୁପ୍ ଚାଟ୍ କୁ ଦେଖିପାରିବେ।

କେମିକି କାମ କରିବ ଏହି ଫିଚର୍..
ହ୍ୱାଟ୍ସଆପ୍ ତିନି ଡିଫଲ୍ଟ ଫିଚର୍ କୁ ସାମ୍ନାକୁ ଆଣିଛି। ସର୍ବପ୍ରଥମେ ଆଇଓଏସ କିମ୍ବା ଆଣ୍ଡରଏଡ୍ ସ୍ମାର୍ଟଫୋନରେ ହ୍ୱାଟ୍ସଆପରେ ଓପନ୍ କରିବାକୁ ପଡିବ। ଧ୍ୟାନ ଦେବେ ଯେ ହ୍ୱାଟ୍ସଆପ୍ ଆପଣଙ୍କର ଅପଡେଟ୍ ଥିବା ଆବଶ୍ୟକ। ଏହାପରେ ଶୀର୍ଷରେ ଥିବା ୩ଟି ଫିଲ୍ଟରକୁ କ୍ଲିକ୍ କରିବାକୁ ପଡିବ।
ଶୀର୍ଷରେ ଆପଣଙ୍କୁ ଅଲ୍, ଅନରିଡ୍ ଓ ଗ୍ରୁପର ବିକଳ୍ପ ମିଳିବ। ଅଲ୍ ଫିଲ୍ଟରରେ ଆପଣଙ୍କୁ ସମସ୍ତ ଚାଟ୍ ନଜରରେ ଆସିବ। ସେହିଭଳି ଗ୍ରୁପରେ ଫିଲ୍ଟର ବ୍ୟବହାର କରିବା ପାଇଁ ଆପଣଙ୍କୁ ସମସ୍ତ ଗ୍ରୁପ ନଜର ଆସିବ। ଏହାସହ ଅନରିଡ୍ ଚାଟ୍ ର ଫିଲ୍ଟରକୁ ଚୟନ କଲେ, ସେ ସମସ୍ତ ଚାଟ୍ ନଜର ଆସିବ ଯାହା ସବୁ ଅନରିଡ୍ ରହିଛି।

ଉପରମୁହାଁ ପାରଦ ; ସାଢେ ୧୧ଟାରେ ୪୦ ଟପିଲା ତାପମାତ୍ରା

 

Comments are closed.