www.samajalive.in
Monday, December 15, 2025
24.1 C
Bhubaneswar

ଓଡ଼ିଶା ପ୍ରତିଭା ୨୦୨୨ ପାଇଁ ଅଡିସନ୍

କଲ୍ୟାଣସିଂହପୁର: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁହାଯାଉଥିବା ରାୟଗଡ଼ା ଜିଲାରେ ଅନେକ ଲୁକ୍କାୟତ କଳା ପ୍ରତିଭା ରହିଛନ୍ତି କିନ୍ତୁ ସେମାନଙ୍କୁ ଉପଯୁକ୍ତ ସୁଯୋଗ ନ ମିଳୁ ଥିବାରୁ ବଣର ମଲ୍ଲି ବଣରେ ଝଡ଼ି ପଡ଼ିବା ଭଳି ତାଙ୍କ କଳାର ମଧ୍ୟ ଅଗ୍ରଗତି ହୋଇପାରୁନାହିଁ । ଏହାକୁ ଦୃଷ୍ଟିରେ ରଖି ସମାଜସେବୀ ତଥା ଶିକ୍ଷକ ବିଜୟ କୁମାର ମେଲାକାଙ୍କ ପ୍ରଚେଷ୍ଟାରେ ରାୟଗଡ଼ା ଜିଲାର ସମସ୍ତ ବ୍ଲକରେ ଓଡ଼ିଶା ପ୍ରତିଭା ୨୦୨୨ ସିଜନ୍ ୧ ଅଡିସନ୍ ହେବା ଅବସରରେ ଆଜି କଲ୍ୟାଣସିଂହପୁରର କଲ୍ୟାଣମଣ୍ଡପ ଠାରେ ବେଶ୍ ଉଲ୍ଲାସ ସହ ଏହି କାର୍ୟ୍ୟକ୍ରମ ଆୟୋଜନ ହୋଇଯାଇଛି ।

 

- Advertisement -

ଏଥିରେ ଆଖପାଖ ଅଞ୍ଚଳରୁ ୧୯ ଜଣ ପ୍ରତିଯୋଗୀ ନାଚ, ଗୀତ ଓ ଚିତ୍ରାଙ୍କନରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଣାଶୁଣା କଳାକାର ସୁପ୍ରିତ୍ ସନ୍ତୋଷ ବଛା , ଖଳନାୟକ ଭୂମିକାରେ ପରିଚିତ ଜି.ମହେଶ ରାଓ ଓ ସମାଜସେବୀ ବିଜୟ କୁମାର ମେଲାକା ଚୟନ ମଣ୍ଡଳୀରେ ରହିଥିଲେ। ମୁଖ୍ୟ ଅତିଥି ଭାବେ ସୁଶ୍ରୀ ମମତା ପୁଲାକା ଉପସ୍ଥିତ ରହିଥିଲେ। ସୂଚନା ଅନୁସାରେ ପ୍ରଥମ ରାଉଣ୍ଡରେ ଚୟନ ହୋଇଥିବା ପ୍ରତିଯୋଗୀ ଏଲିମିନେସନ୍ ରାଉଣ୍ଡକୁ ଯିବେ ତାପରେ ସେଠାରେ ଚୟନ ହୋଇଥିବା ପ୍ରତିଯୋଗୀ ଫାଇନାଲ ରାଉଣ୍ଡରେ ରାୟଗଡ଼ାଠାରେ ଅନୁଷ୍ଟିତ ହେବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବିଜେତା ପ୍ରତିଯୋଗୀ ମାନଙ୍କୁ ଟ୍ରଫି, ସାର୍ଟିଫିକେଟ ସହ ନଗଦ ଟଙ୍କା ପ୍ରଦାନ କରାଯିବ ବୋଲି ଆୟୋଜକ ମୁଖ୍ୟ ପ୍ରକାଶ କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories