ବିଶ୍ବ ହେପାଟାଇଟିସ୍ ଦିବସ ପାଳିତ
ନବରଙ୍ଗପୁର :ଆଜି ନବରଙ୍ଗପୁର ସହର ଉପକଣ୍ଠ ଟିର୍ଲୀ ଆମ୍ବଗୁଡାଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଠାରେ ବିଶ୍ୱହେପାଟାଇ ଟିସ୍ ଦିବସ ପାଳନ କରାଯାଇଛି। ଜିଲା ସ୍ୱାସ୍ଥ୍ୟ ସମିତି ଓ ଜାତୀୟ ସେବା ଯୋଜନା ତରଫରୁ ଆୟୋଜିତ କାର୍ୟ୍ୟକ୍ରମର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ରଞ୍ଜନ କୁମାର ବେହେରାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀ ଅତିଥି ପରିଚୟ ପ୍ରଦାନ କରିଥଲେ। ମୁଖ୍ୟ ବକ୍ତା ଭାବେ ମଳୟ କୁମାର ତ୍ରିପାଠୀ, ଡିପିଏଚଓ ନବରଙ୍ଗପୁର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ହେପଟାଇଟିସ ରୋଗର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ।
ଅନ୍ୟାନ୍ୟ ବକ୍ତା ଭାବେ ହନୁମନ୍ତ ମାଝୀ, ଏଡିପିଏଚସିଓ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ କିଭଳି ସତର୍କତା ଅବଲମ୍ବନ କରିବେ, ସେବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏପିଡମିଓଲୋଜିଷ୍ଟ ଶିଳ୍ପୀ ଦାସ ଏଵଂ ମାଇକ୍ରୋ ବାୟୋଲୋଜିଷ୍ଟ ଅର୍ଧେନ୍ଦୁ ଭୂଷଣ ପ୍ରଧାନ କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଭାବେ ନିଜର ବକ୍ତବ୍ୟ ପରିବେଷଣ କରିଥିଲେ। ଅନ୍ତିମ ପର୍ୟ୍ୟାୟ ରେ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ବିଶେଷଜ୍ଞ ଙ୍କ ଦ୍ଵାରା ଦିଆଯାଇ ଥିଲା। ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ୟ୍ୟକ୍ରମରେ ଶିକ୍ଷକ ଶ୍ରବଣ କୁମାର ପୁଝାରୀ, ସୁଲୋଚନା ନାୟକ ଓ ରବୀନ୍ଦ୍ର ମାଳି ଯୋଗଦେଇ ଥିଲେ। ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଯୋଗଦେଇ କାର୍ୟ୍ୟକ୍ରମକୁ ସଫଳ କରିଥିଲେ।
Comments are closed.