www.samajalive.in
Sunday, December 7, 2025
14.1 C
Bhubaneswar

ଶ୍ରାବଣ ତୃତୀୟ ସୋମବାର ; ଦେବଗିରିରେ ହଜାର ହଜାର କାଉଡ଼ିଆଙ୍କ ସମାଗମ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ପଞ୍ଚମୁଖୀ ସ୍ପଟିକ ଶିଵ ଲିଙ୍ଗରେ ଜଳାଭିଷେକ କରିବା ପାଇଁ ତୃତୀୟ ସୋମବାର ଦିନ ଦେବଗିରି ପୀଠରେ ହଜାର ହଜାର କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହେଇଛି। ପବିତ୍ର ଶ୍ରାବଣ ମାସର ପ୍ରଥମ ,ଦ୍ୱିତୀୟ ପରେ ଆଜି ତୃତୀୟ ସୋମବାର ଦିନ ପାହାନ୍ତାରେ ବିଭିନ୍ନ ଅଞ୍ଚଳରୁ କାଉଡ଼ିଆ ମାନେ ନିଜ ନିଜ ଗାଡ଼ିରେ ଆସି ଦେବଗିରି ନାଳ ବା ନାଗାବଳୀ ଓ କଲ୍ୟାଣି ନଦୀ ସଙ୍ଗମ ସ୍ଥଳରେ ପୂଜାର୍ଚ୍ଚନା କରି ସେହି ଠାରୁ ଜଳ ନେଇ ଦେବଗିରି ୫୫୮ଟି ପାହାଚ ଅତିକ୍ରମ କରି ଛୋଟ ବଡ଼ ଗୋଟିଏ ଉଣା କୋଟିଏ କୁଣ୍ଡ ଦେଖି ଏକ ଗୁମ୍ଫା ମଧ୍ୟରେ ଥିବା ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳାଭିଷେକ କରିଥିଲେ। ଉକ୍ତ ପାହାଡ଼ ଉପରେ ମନଲୋଭା ଦୃଶ୍ୟ ଧୋବା ଧୋବୁଣି କୁଣ୍ଡ ମଧ୍ୟ ପରିଦର୍ଶନ କରିଥିଲେ । ଏହି ସୋମବାର ଦିନ ଉମରକୋଟ, କଟକ, ଜୟପୁର, ଭୁବନେଶ୍ୱର, କଳାହାଣ୍ଡି, ଧର୍ମଗଡ଼, ଜୁନାଗଡ଼, ଗୁଣୁପୁର,ଜଗତସିଂହପୁର ବରଗଡ଼, କଳାହାଣ୍ଡି ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲାର ମାନସିକ ଧାରୀ କାଉଡ଼ିଆମାନେ ଆସି ନିଜ ମନସ୍କାମନା କରି ଜଳା ଭିଷେକ କରିଛନ୍ତି। ଏହି କାଉଡ଼ିଆ ମାନଙ୍କୁ ଦୁର୍ଗା ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରାୟ ୭ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ପାଇଁ ଜଳ ପାନ ବ୍ୟବସ୍ଥା କରିଥିଲେ। ଏଥିରେ ମନ୍ଦିର କମିଟିର ସଦସ୍ୟମାନେ ସହ ଯୋଗ କରିଥିଲେ। ସେହିପରି ଉକ୍ତ ଅଞ୍ଚଳର ଭକ୍ତ ମାନେ ପଞ୍ଚଲିଙ୍ଗରେ ଜଳାଭିଷେକ କରିଛନ୍ତି। ବ୍ଲକ ସମସ୍ତ ଶିଵ ମନ୍ଦିରରେ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହେଇଛି।

‘ରଖେ ହରି ତ ମାରେ କିଏ’ – ଭିଡିଓରେ ଦେଖନ୍ତୁ,ଖେଳୁ ଖେଳୁ ନାଳକୁ ଖସି ପଡିଲା ଶିଶୁ, ଆଉ ତା’ପରେ..

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories