www.samajalive.in
Monday, December 8, 2025
24.1 C
Bhubaneswar

‘ରଖେ ହରି ତ ମାରେ କିଏ’ – ଭିଡିଓରେ ଦେଖନ୍ତୁ,ଖେଳୁ ଖେଳୁ ନାଳକୁ ଖସି ପଡିଲା ଶିଶୁ, ଆଉ ତା’ପରେ..

ନୂଆଦିଲ୍ଲୀ : ପିଲାମାନେ ସାଧାରଣତଃ ଖେଳିବାକୁ ପସନ୍ଦ କରନ୍ତି । ତାଙ୍କ ଚାରିପଟରେ ଥିବା ବିପଦ ମଧ୍ୟ ସେମାନେ ଜାଣି ନଥାଆନ୍ତି । ଅନେକ ସମୟରେ ଖେଳୁଥିବା ଅବସ୍ଥାରେ ବିପଦରେ ପଡି ଯାଆନ୍ତି । ଏହି କାରଣରୁ ପିଲାମାନେ ବାହାରେ ଖେଳୁଥିବା ସମୟରେ ଅଧିକ ଧ୍ୟାନ ଦେବାକୁ ପଡିଥାଏ । ଅନେକ ସମୟରେ ସାମାନ୍ୟ ଅସାବଧାନତା କାରଣରୁ ପିଲାମାନେ ବଡ ବିପଦରେ ମଧ୍ୟ ପଡି ଥାଆନ୍ତି । ନିକଟରେ ସୋସିଆଲ ମିଡିଆରେ ଏକ ଛାତିଥରା ଭିଡିଓ ଭାଇରାଲ ହେଉଛି । ଏକ ଶିଶୁ ଖେଳୁ ଖେଳୁ ଏକ ଖୋଲା ନାଳରେ ଖସି ପଡୁଥିବା ଭିଡିଓରେ ଦେଖିପାରିବେ । ଯାହା ଏବେ ଦ୍ରୁତ ଗତିରେ ଭାଇରାଲ ହେଉଛି । ଏହି ଦୃଶ୍ୟ ଖୁବ୍‌ ଭୟଭୀତ କରୁଛି ।

- Advertisement -

ଭାଇରାଲ ଭିଡିଓରେ ଦେଖିପାରିବେ, ୨ ଜଣ ଶିଶୁ ଖେଳି ଖେଳି ନାଳ ନିକଟକୁ ଯାଉଛନ୍ତି । କିଛି କ୍ଷଣ ମଧ୍ୟରେ ଜଣେ ଶିଶୁ ହଠାତ୍‌ ନାଳ ଭିତରକୁ ଖସି ପଡୁଛି । ଏହାପରେ ନିକଟରେ ଠିଆ ହୋଇଥିବା ଅନ୍ୟ ଜଣେ ଶିଶୁ ପାଟି କରିବା ସହ ସାହାଯ୍ୟ ପାଇଁ ଦୌଡି ପଳାଉଛି । ଏହି ସମୟରେ ଅନ୍ୟ କିଛି ଶିଶୁ ମଧ୍ୟ ସେଠାରେ ନଜର ଆସୁଛନ୍ତି । କିଛି ସମୟ ମଧ୍ୟରେ ନାଳରେ ଶିଶୁଟିକୁ ବୁଡି ଯାଉଥିବା ଦେଖି ନିକଟରୁ ଅନ୍ୟ ବ୍ୟକ୍ତି ଦୌଡି ଆସି ନାଳ ଭିତରକୁ ଡେଇଁ ଶିଶୁଟିର ଜୀବନ ରକ୍ଷା କରୁଛନ୍ତି । ଏହାପରେ ଶିଶୁର ଜୀବନ ବଞ୍ଚି ଯାଉଛି । ଠିକ୍‌ ସମୟରେ ବ୍ୟକ୍ତି ଜଣକ ନ ପହଞ୍ଚିଥିଲେ, ଏକ ବଡ ଅଘଟଣ ଘଟି ଥାଆନ୍ତା।

ଅଗଷ୍ଟରେ ହେବ ୩ଟି ରାଜଯୋଗ : ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍‌ ମିଳିବ ସବୁକିଛି..

ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇ କହିଛନ୍ତି, ଭଗବାନ ଶିଶୁକୁ ରକ୍ଷା କଲେ । କେହି କେହି କହିଛନ୍ତି ଭିଡିଓଟି ଦେଖିଲେ ଭୟ ଲାଗୁଛି । ଏଯାଏଁ ଲକ୍ଷ ଲକ୍ଷ ଲୋକେ ଏହି ଭିଡିଓକୁ ଦେଖି ସାରିଲେଣି ।

ଏୟାରଟେଲର ସବୁଠାରୁ ଶସ୍ତା ପ୍ଲାନ୍‌; ବର୍ଷଯାକ କରିବାକୁ ପଡିବନି ରିଚାର୍ଜ..

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories