www.samajalive.in
Sunday, December 7, 2025
26.1 C
Bhubaneswar

ଅବ୍ୟବସ୍ଥା ଘେରରେ ଅଙ୍ଗନବାଡ଼ି କେନ୍ଦ୍ର

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତ ଶୁଳିପଦର ଗ୍ରାମର ଆମ ଅଙ୍ଗନବାଡ଼ି କେନ୍ଦ୍ର ଅବ୍ୟବସ୍ଥା ଘେରରେ ରହିଥିବା ଦେଖିବାକୁ ମିଳିଛି। ଅଭିଭାବକମାନେ ପିଲାଙ୍କୁ ପ୍ରାରମ୍ଭିକ ଶିକ୍ଷା ପାଇଁ ଆମ ଅଙ୍ଗନବାଡ଼ି କେନ୍ଦ୍ରକୁ ପଠାଇ ଥାଆନ୍ତି। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଶିଶୁଙ୍କ ସୁରକ୍ଷା ଓ ଶିକ୍ଷାଦାନ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରିଛନ୍ତି। କିନ୍ତୁ ଏଠାରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଚିତ୍ର।

ଉକ୍ତ କେନ୍ଦ୍ରରେ ୩୮ ଜଣ ଶିଶୁ ଶିକ୍ଷା ଗ୍ରହଣ କରୁଥିବାବେଳେ ଅଙ୍ଗନବାଡ଼ି କେନ୍ଦ୍ର ଗୃହର ଅବସ୍ଥା ଶୋଚନୀୟ ହୋଇ ରହିଛି। ଶ୍ରେଣୀ ଗୃହର ଚଟାଣର ସିମେଣ୍ଟ ବାହାରିଯିବା ସହ ବାଲି ଧୂଳି ଉପରେ ବସି ପିଲା ପାଠ ପଢ଼ୁଥିବା ଦେଖିବାକୁ ମିଳିଛି। ଏହି ଧୂଳି ଗୁଣ୍ଡି ପାଇଁ ପିଲାଙ୍କ ନିଃଶ୍ୱାସ ପ୍ରଶ୍ୱାସରେ ବାଧା ସୃଷ୍ଟି ହେଉଛି। ଏ ବିଷୟରେ ଶୁଳିପଦର ଶିଶୁ ସୁରକ୍ଷା ସୁପରଭାଇଜର ରେଣୁ ପରିଡ଼ାଙ୍କୁ ଯୋଗାଯୋଗ କରି ପଚାରି ବୁଝିବାରୁ ଏ ବିଷୟରେ ଆମେ ଲିଖିତ ଭାବେ ଜଣାଇଛୁ, ଯଥା ଶୀଘ୍ର କାମ କରାଯିବ ବୋଲି ସୂଚନା ଦେଇଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories