www.samajalive.in
Sunday, December 7, 2025
26.1 C
Bhubaneswar

ମାଛ ଚାଷ କରି ସ୍ୱାବଲମ୍ବୀ ହେଲେ ମହିଳା

କଲ୍ୟାଣସିଂହପୁର : ସରକାର ମହିଳା ମାନେ ସ୍ୱାବଲମ୍ବୀ ହେବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରରେ ଥିବା ମାଆ ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ମାଛ ଚାଷ କରି ହୋଇଛନ୍ତି ସ୍ୱାବଲମ୍ବୀ ଅନ୍ୟ ପାଇଁ ସାଜିଛନ୍ତି ଆଜି ଉଦାହରଣ। ଏହି ଗ୍ରୁପର ୧୧ଜଣ ମହିଳା ମାନେ ଏକତ୍ରିତ ହୋଇ ମାଛ ଚାଷ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଅକ୍ଟୋବର ମାସରେ ଚାରି ହଜାର ମାଛ କିଣି ଆଣି ଗାଁ ପାଖରେ ଥିବା ବନବିଭାଗ ଦ୍ୱାରା ଖୋଳା ଯାଇଥିବା ପୋଖରୀରେ ଛାଡି ଥିଲେ। ପ୍ରାୟ ୬ ମାସ ପରେ ମାଛ ଧରି କିଲୋ ପିଛା ୧୮୦ ଟଙ୍କା ପ୍ରାୟ ଏକ କୁଇଣ୍ଟାଲ ବିକ୍ରି କରି କିଛି ଟଙ୍କା ରୋଜଗାର କରି ଅନ୍ୟଙ୍କ ପାଇଁ ସାଜିଛନ୍ତି ଉଦାହରଣ। ସଂଘର ସଭାପତି ତପସ୍ୱିନୀ ନେମାଲପୁରୀ, ସମ୍ପାଦିକା ସିତାଇ ହିକକା, ଲକ୍ଷ୍ମୀ ନେମାଲପୁରୀ,ସୁଲୋଚନା ନେମାଲପୁରୀ, ଅଙ୍କିତା ନାଗ, ମଞ୍ଜୁ କାଳିଆ, ରଜନୀ ମାଣ୍ଡିକା, ରବିବାରି ସାହୁ, କମଳି କାଡ୍ରକା, ଧୁଲଣି ପାତ୍ର, ରଜନୀ ନେମାଲପୁରୀ ପ୍ରମୁଖ ଉପସ୍ଥିତ ରହି ମାଛ ବିକ୍ରୀ କରି ମୂଳ ଟଙ୍କାକୁ ଜମା କରି ଲାଭାଂଶକୁ ଖର୍ଚ୍ଚ କରିଥିବା କହିଥିଲେ। ଏହି ଗୋଷ୍ଠୀକୁ ଚାରି ଆଡୁ ଶୁଭେଚ୍ଛା ମିଳୁଥିବା ଜଣାପଡ଼ିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories